www.samajalive.in
Wednesday, December 10, 2025
23.1 C
Bhubaneswar

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ ମଇଲଗୁଡା ଗ୍ରାମ ନିକଟରେ ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ମଇଲଗୁଡା ଗ୍ରାମର ଆଲମେ ମାଝୀ ଏବଂ ଗୁରୁତର ହୋଇଥିବା ମହିଳା ଉକ୍ତ ଗ୍ରାମର ରୂଲମେ ମାଝୀ। ବଜ୍ରାଘାତରେ ଗୁରୁତର ମହିଳାଙ୍କୁ ସ୍ଥାନିୟ ଲୋକେ ଘଟଣା ସ୍ଥଳରୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଆଲମେ ମାଝୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୃତ୍ୟୁ ହୋଇଥିବା ସୂଚନା ଦେଇଥିବା ବେଳେ ଗୁରୁତର ରୂଲମେ ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ତା ଗୁରୁତରଥିବାରୁ ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୁଚନା ଅନୁସାରେ, ମଇଲଗୁଡା ଗ୍ରାମର ମହିଳାମାନେ ଟିକିରିକୁ କୈଣସି କାର୍ଯ୍ୟରେ ଆସି ଫେରୁଥିବା ସମୟରେ ବର୍ଷା ହେବାରୁ ମଇଲଗୁଡା ଗ୍ରାମ ନିକଟସ୍ଥ ଏକ ଆମ୍ବ ଗଛ ନିକଟରେ ଅଟକି ରହିଥିଲେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା।

 

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories