www.samajalive.in
Sunday, December 14, 2025
15.1 C
Bhubaneswar

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରୁ ବାଦ ପଡିବେ ଇମ୍ରାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ନିମନ୍ତେ ବିମ​‌​‌ଷ୍ଟେକ ରାଷ୍ଟ୍ର ସମୁହ ଭାବେ ପରିଚିତ ଭାରତର ପଡୋଶୀ ରାଷ୍ଟ୍ର ବଂଲାଦେଶ, ମ୍ୟଁାମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନର ରାଷ୍ଟ୍ରମୁଖ୍ୟଙ୍କୁ ଇତିମଧ୍ୟରେ ଆମନ୍ତ୍ରଣ ପତ୍ର ପଠାଯାଇଛି। କିନ୍ତୁ ଆମନ୍ତ୍ରିତ ଅତିଥିଙ୍କ ତାଲିକାରେ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସାମିଲ କରିନାହିଁ। ନିଜର ବୈଦେଶିକ ନୀତିରେ ପାକିସ୍ତାନକୁ ସାମିଲ କରିବ ନାହିଁ ବୋଲି ଭାରତ ଏହି ଆମନ୍ତ୍ରଣ ଦ୍ବାରା ଦୃଢ ବାର୍ତ୍ତା ପ୍ରଦାନ କରିଛି। ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ସମ୍ପୂର୍ଣ୍ଣ ଅଣଦେଖା କରିଛି। ଭାରତର ଆମନ୍ତ୍ରଣ ପରିବ​‌େ​‌ର୍ତ୍ତ କାଶ୍ମୀର, ସିଆଚେନ ଓ ସିର କ୍ରିକ ସମସ୍ୟା ଉପରେ ଆଲୋଚନା ସମ୍ବନ୍ଧରେ କଥା ହେବା ଆବଶ୍ୟକ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିିଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ପ୍ରଥମ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସମାରୋହରେ ଯୋଗ ଦେଇଥିଲେ।
୧୯୪୭ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିନିଥର ଯୁଦ୍ଧ ହୋଇଛି। ୨୦୧୯ ଫେବୃଆରୀରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାରୁ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ଅନ୍ୟପଟେ ବିଗତ ତିନି ବର୍ଷ ମଧ୍ୟରେ ଯେକୌଣସି ସ୍ତରରେ ପାକିସ୍ତାନ ସହିତ ଯେଭଳି ଭାରତର ଆଲୋଚନ ନ ହୁଏ ସେଥିନେଇ ମୋଦୀ ଗୁରୁତ୍ବାରୋପ କରିଥିଲେ। ୨୦୧୬ରେ ଉରି ଆକ୍ରମଣ ପରେ ଭାରତ ସାର୍କ ବର୍ଜନ କରିଥିଲେ। ଏଥିସହ ଦୀର୍ଘ ୨୦ ବର୍ଷ ଧରି ନିଷ୍କ୍ରିୟ ରହିଥିବା ବିମଷ୍ଟେକକୁ ଅଧିକ ମଜବୁତ କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଥିଲେ। ୧୯୯୭ରେ ପ୍ରତିଷ୍ଠା ଲାଭ କରିଥିବା ବିମଷ୍ଟେକ ପ୍ରତି ଦୁଇ ବର୍ଷରେ ଥରେ ସମ୍ମିଳନୀ କରିବ ବୋଲି ଯୋଜନା ରହିଥିଲେ ମଧ୍ୟ ୨୦୧୮ ସୁଦ୍ଧା ମାତ୍ର ତିନୋଟି ସମ୍ମିଳନୀ କରାଯାଇଥିଲା। ଅନ୍ୟପଟେ ପାକିସ୍ତାନକୁ ଏକାକୀ କରିବା ନେଇ ସାର୍କ ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟ ଆଗେଇ ଆସିଥିବାରୁ ବିମଷ୍ଟେକକୁ ସକ୍ରିୟ କରିବା ନେଇ ଭାରତର ଯୋଜନା ସଫଳ ହୋଇଥିଲା। ଅନ୍ୟ ୩ଟି ସର୍କ ସଦସ୍ୟ ରାଷ୍ଟ୍ର ପାକିସ୍ତାନ, ମାଲଦ୍ବୀପ ଓ ଆଫଗାନିସ୍ତାନ ମଧ୍ୟରୁ ଭାରତ ଆଫଗାନିସ୍ତାନ ସହିତ ଏହାର ସମ୍ବନ୍ଧ ସୁଦୃଢ କରିଛି। ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ସମ୍ଭବତଃ ସର୍ବପ୍ରଥ‌ମେ ମାଳଦ୍ବୀପ ଗସ୍ତ କରିବେ। ମାଳଦ୍ବୀପ ଏହାର ରାଷ୍ଟ୍ରପତି ଇବ୍ରାହିମ ସୋଲିଙ୍କ ନେତୃତ୍ବରେ ଭାରତ ସହିତ ସମ୍ବନ୍ଧ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ବୋଲି ପୂର୍ବରୁ ପ୍ରକାଶ କରିଛି। ଏଣୁ ଆଗାମୀ ଦିନରେ ବିମଷ୍ଟେକ ସମ୍ପୂର୍ଣ୍ଣ ଭ​‌ାବେ ସାର୍କର ସ୍ଥାନ ନେବାର ସମ୍ଭାବନା ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories