www.samajalive.in
Saturday, December 6, 2025
16.1 C
Bhubaneswar

ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୨ ଶିଶୁ

ବାସୁଦେବପୁର : ଭଦ୍ରକ ଜିଲାର ବାସୁଦେବପୁର ବିଦେଇପୁର ମହାଲିକ ସାହିରେ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ପରେ ସୌଭାଗ୍ୟବଶତଃ ଅଙ୍ଗନୱାଡ଼ି ଭିତରେ ଥିବା ପ୍ରାୟ ୧୨ ଜଣ ଶିଶୁ ଓ ଅନ୍ୟ ଦୁଇ କର୍ମଚାରୀ ବାହାରକୁ ପଳାଇ ଆସିବା କାରଣରୁ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ଏହା ଏକ ଅସ୍ଥାୟୀ ଗୃହରେ ଚାଲୁଥିଲା ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories