www.samajalive.in
Friday, December 12, 2025
23.1 C
Bhubaneswar

କେରଳରେ ବିଜେପିର ଜୟଯାତ୍ରା ଅଟକିଲା କାହିଁକି?

ନୂଆଦିଲ୍ଲୀ: ସମଗ୍ର ଦେଶରେ ମୋଦୀ ମ୍ୟାଜିକ ଦେଖିବାକୁ ମିଳିଥିବା ବେଳେ କେରଳରେ ବିଜେପିର ବିଜୟ ଯାତ୍ରାରେ ଭଟ୍ଟା ପଡିଛି। ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜଭୁତ କରିବା ନିମିତ୍ତ ବିଜେପି କେରଳ ଉପରେ ବିଶେଷ ଧ୍ୟାନ ନିବେଶ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ ପ୍ରମୁଖ ନେତା ଏଠାକୁ ଗସ୍ତ କରି ରାଜ୍ୟରେ ମୋଦୀ ଲହର ସୃଷ୍ଟି କରିବାର ଉଦ୍ୟମ କରିଥିଲେ। ଏପରିକି ସାବରିମାଳା ବିବାଦର ମଧ୍ୟ ଦଳ ଫାଇଦା ନେବାକୁ ପଛାଇ ନ ଥିଲା। ଏସବୁ ସତ୍ତ୍ବେ ବିଜେପି କେରଳରେ ସଫଳତା ହାସଲ କରିବାରେ ବିଫଳ ହୋଇଛି। ରାଜ୍ୟର ମୋଟ ୨୦ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୧୯ଟି ଆସନରେ ଜିତିଛି। ସିପିଏମ ଗୋଟିଏ ଆସନ ଲାଭ କରି ସମ୍ମାନ ରକ୍ଷା କରିପାରିଛି; କିନ୍ତୁ ରାଜ୍ୟରେ ବିଜେପିକୁ ସମ୍ପୂର୍ଣ୍ଣ ପରାଜୟବରଣ କରିବାକୁ ପଡିଛି। ଏହାର ପ୍ରମୁଖ କାରଣ ହେଉଛି ଏଠାକାର ମୋଟ ଜନସଂଖ୍ୟାର ୪୬% ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ସମ୍ପୂର୍ଣ୍ଣ ଭାବେ ୟୁଡିଏଫକୁ ସମର୍ଥନ ଦେଇଛନ୍ତି। ଶାବରୀମାଳା ବିବାଦକୁ ଯେଭଳି ଢଙ୍ଗରେ ପରିଚାଳନା କରାଗଲା ସେଥି​‌େ​‌ର କ୍ଷୁବ୍ଧ ସିପିଏମର କେତେକ ହିନ୍ଦୁ ଭୋଟର କଂଗ୍ରେସକୁ ସମର୍ଥନ କରିଛନ୍ତି। କେରଳ ଭଳି ଏକ ଶିକ୍ଷିତ ତଥା ବିଚାରଧାରାସମ୍ପନ୍ନ ରାଜ୍ୟରେ ବିଜେପି ସାବରିମାଳା ପ୍ରସଙ୍ଗରେ ଅନୁଚିତ ପ୍ରଚାର କରିଥିଲା; ଯାହାକି ଦଳ ପାଇଁ ଏକ ପ୍ରକାର ବୁମେରାଂ ସାବ୍ୟସ୍ତ ହୋଇଛି। ଅନ୍ୟପଟେ ବିଜେପିରେ ପ୍ରଭାବଶାଳୀ ରାଜ୍ୟସ୍ତରୀୟ ନେତାଙ୍କ ଅଭାବ ରହିଥିଲା। ଦଳୀୟ ନେତାଙ୍କ ମଧ୍ୟରେ କନ୍ଦଳ କାରଣରୁ ସାଂଗଠନିକ ଦୁର୍ବଳତା ପରିଲକ୍ଷିତ ହୋଇଥିଲା।
ଉଲ୍ଲେଖ ଯେ ରାଜ୍ୟର ୨୦ ଆସନ ମଧ୍ୟରୁ ୫ଟି ଯଥା: କସରଗୋଡ, ପାଲଘାଟ ଏବଂ ତ୍ରିସୁର, ପଠାଣମଥିଟା ଏବଂ ତିରୁଅନନ୍ତପୁରମ ଉପରେ ବିଜେପି ସହଜ ବିଜୟ ଲାଭ କରିବାକୁ ଆକଳନ କରିଥିଲା। ପୂର୍ବରୁ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଉଦ୍ୟମ କରିବା ପରେ ୨୦୧୬ରେ ବିଜେପି କେରଳର ଗୋଟିଏ ବିଧାନସଭା ଆସନ ଜିତିପାରିଥିଲା। ତିରୁଅନନ୍ତପୁରମ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନେମୋମରେ ବରିଷ୍ଠ ନେତା ଓ ରାଜଗୋପାଳ ବିଜୟ ଲାଭ କରିଥିଲେ। ଏଥର ମୋଦୀ ମ୍ୟାଜିକ ଓ ଶାବରୀମାଳା ବିବାଦକୁ ମାଧ୍ୟମ କରି ଥରୁରଙ୍କୁ ହରାଇବାକୁ ଦଳ ରଣନୀତି ସ୍ଥିର କରିଥିଲେ ମଧ୍ୟ ବିଫଳ ହୋଇଛି। ଶାବରୀମାଳା ବିବାଦର କେନ୍ଦ୍ରସ୍ଥଳ ପଠାଣମଥିଟାରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ବିଜେପି ପାଇଁ ସବୁଠାରୁ କଷ୍ଟଦାୟକ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories