www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ସରଳ ଉପାୟ ..

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଜାତକରେ ଶୁକ୍ର ଓ ବୃହସ୍ପତି ଗ୍ରହଙ୍କ ସ୍ଥିତି ଖରାପ ହେବାରୁ ବୈବାହିକ ଜୀବନରେ ସମସ୍ୟା ଆସିଥାଏ। ଏହାସହ କିଛି ଗ୍ରହର କୁପ୍ରଭାବ ଯୋଗୁଁ ମଧ୍ୟ ଦାମ୍ପତ୍ୟ ଜୀବନରେ ସମସ୍ୟା ହୋଇଥାଏ। ବେଳେବେଳେ କିଛି ଛୋଟ ଛୋଟ ଭୁଲ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ। ଏହାଦ୍ବାରା ପରସ୍ପର ପ୍ରତି ଭଲ ପାଇବା କମ୍ ହୋଇଥାଏ। ତେଣୁ ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ କିଛି ଉପାୟ ରହିଛି। ସେହି ଉପାୟ ଗୁଡିକ ମାନିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ସେହି ଉପାୟ ସମ୍ବନ୍ଧରେ ..

ସ୍ବାମୀ-ସ୍ତ୍ରୀ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍ ..

- Advertisement -

ଶୁକ୍ରବାର ଦିନ ସ୍ବାମୀ-ସ୍ତ୍ରୀ ଏକାସହ ଫୁଲ କିଣି ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ୍।

କେବଳ ଗୋଲାପୀ ଓ ଧଳା ରଙ୍ଗର ଫୁଲ କିଣି ନିଜର ଶୟନ କକ୍ଷରେ ସଜାଇ ରଖନ୍ତୁ।

ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଉଭୟ ଶୁଅନ୍ତୁ।

କେବେ ବି ଶୟନ କକ୍ଷରେ ଭୁଲରେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।

ଯେକୌଣସି ଶୁକ୍ରବାର ଦିନ ସୁଗନ୍ଧିତ ଅତର କିମ୍ବା ପରଫ୍ୟୁମ୍ କିଣନ୍ତୁ।

ସ୍ବାମୀ-ସ୍ତ୍ରୀ କିଣିଥିବା ଅତରକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରି ତାପରେ ନିଜେ ବ୍ୟବହାର କରନ୍ତୁ।

କେବେ ବି ଅଧିକ ସୁଗନ୍ଧିତ ବ୍ୟବହାର କରନ୍ତୁ ନାହିଁ।

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ଉପାୟ :

ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଧଳା ରଙ୍ଗର ମିଷ୍ଠାନ୍ନ ଭୋଗ ଲଗାନ୍ତୁ।

ଏହାପରେ ସେହି ପ୍ରସାଦକୁ ନିଜେ ସେବନ କରନ୍ତୁ।

ଶୁକ୍ରବାର ଦିନ କେବେ ବି କୌଣସି ଖଟା ଜିନିଷ ଖାଆନ୍ତୁ ନାହିଁ।

ସ୍ତ୍ରୀ ସର୍ବଦା ସୁନାର ମୁଦି ଓ ସ୍ବାମୀ ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ୍।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories