www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ବିଧାନସଭା: ବିଜେଡି ୧୭, ବିଜେପି ୫, କଂଗ୍ରେସ ୧ ଆସନରେ ଆଗୁଆ

ଭୁବନେଶ୍ଵର: ଓଡ଼ିଶାର ୧୪୬ ବିଧାନସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ସକାଳ ୯ଟା ୩୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ୧୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୫ ଏବଂ କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି।

ଉମରକୋଟ ବିଧାନସଭାରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ, ଚିଲିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପାଲଲହଡା ବିଧାନସଭାରେ ବିଜେଡିର ମୁକେଶ ପାଲ, ଆସିକା ବିଧାନସଭାରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ, ଭଞ୍ଜନଗର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବୌଦ୍ଧ ବିଧାନସଭାରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ଝରିଗାଁରେ ବିଜେପିର ପର୍ଶୁରାମ ମାଝି, ମାଲକାନଗିରିରେ ବିଜେଡିର ମୁକୁନ୍ଦ ସୋଡ଼ି, ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଭଟଲୀରେ ବିଜେଡିର ସୁଶାନ୍ତ ସିଂହ, ବୀରମହାରାଜପୁରରେ ବିଜେପିର ରଘୁନାଥ ଜଗଦଲ, ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ, ଝାରସୁଗୁଡ଼ାରେ ବିଜେଡିର ନବ ଦାସ, ପାଟଣାଗଡ଼ରେ ବିଜେଡି ପ୍ରାର୍ଥୀ ସରୋଜ ମେହେର, ଢେଙ୍ଗାନାଳରେ ବିଜେଡିର ସୁଧୀର ସାମଲ ଆଗୁଆ ରହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories