www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତମ ନିଦ୍ରା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଉତ୍ତମ ନିଦ ନହେବା ବହୁ ଲୋକଙ୍କର ଏକ ବିରାଟ ସମାସ୍ୟା। ମାତ୍ର ନିଜର କେତେକ ଅଭ୍ୟାସ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ କଥା ପ୍ରତି ଆମେ ବିଶେଷ ଧ୍ୟାନ ଦେଇନଥାଉ। ଅନିଦ୍ରା ଯଦି ଆପଣଙ୍କ ପାଇଁ ଏକ ସମସ୍ୟା ପାଲଟିଛି, କିଛି ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ….
ଶୋଇବା ସମୟରେ ଆରାମ ପ୍ରଦାନ କରୁଥିବା ବିଛଣାର ଯେପରି ନରମ ଗଦି , ତକିଆ ଆଦି ବ୍ୟବହାର କରନ୍ତୁ। କାରଣ ବିଛଣା ଶକ୍ତ ହେବା ଦ୍ୱାରା ନିଦ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ।
ପ୍ରତିଦିଦ ସକାଳ ସମୟରେ ବ୍ୟାୟାମ କରନ୍ତୁ। ପ୍ରାତଃ ଭ୍ରମଣ ମଧ୍ୟ କରନ୍ତୁ।
ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ବିଳମ୍ବିତ ରାତିରେ ଶୁଅନ୍ତୁ ନାହିଁ। ଦିନରେ ଅଧିକ ସମୟ ଶୁଅନ୍ତୁ ନାହିଁ।
ଶୋଇବା ସମୟରେ କୌଣସି ପ୍ରକାରର କୁଚିନ୍ତା କରନ୍ତୁ ନାହିଁ। ଚିନ୍ତା କରିବା ଦ୍ୱାରା ନିଦ ଭଲ ଭାବେ ହୋଇନଥାଏ। ପ୍ରତିଦିନ ଶୋଇବା ପୂର୍ବରୁ ହାତ ମୁହଁ ଭଲ ଭାବେ ଧୋଇ ଭଗବାନଙ୍କୁ ପ୍ରାର୍ଥନା କରି ଶୁଅନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ନିଦ ହେବା ସହ ଆପଣ ସତେଜ ଅନୁଭବ କରିବେ।
ବହୁ ଲୋକେ ବିଳମ୍ବିତ ରାତି ଯାଏଁ ଫୋନ ଓ ଟିଭି ଦେଖିଥାଆନ୍ତି। ଭଲ ନିଦ ନହେବାର ଏହା ପ୍ରଧାନ କାରଣ। ତେଣୁ ଅଧିକ ରାତି ଯାଏଁ ଫୋନ ଓ ଟିଭିର ଦେଖନ୍ତୁ ନାହଁ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories