www.samajalive.in
Saturday, December 13, 2025
26.1 C
Bhubaneswar

ପାନୀୟ ଜଳ ଦାବି​‌ରେ ଶତାଧିକ ମହିଳାଙ୍କ ଦ୍ବାରା ବ୍ଲକ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି : ମାଲକାନଗିରି ଜିଲାର ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡା ଗ୍ରାମରେ ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ କରିଥିଲେ। ଏହାସହ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ମହିଳାମାନଙ୍କ ଦାବି ଅନୁଯାୟୀ, ଦୀର୍ଘ ଦିନ ଧରି ଉପରପୁଟ ଓ ଝରିଆଗୁଡାର ଗ୍ରାମବାସୀ ପାନୀୟ ଜଳ ନ ପାଇ ଝରଣାର ପାଣି ଆଣି ବ୍ୟବହାର କରୁଛନ୍ତି। ଯାହା ଫଳରେ ଗ୍ରାମବାସୀମାନେ ଅନେକ ରୋଗର ଶିକାର ହେଉଛନ୍ତି। ସେମାନଙ୍କ ଗ୍ରାମ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ହୋଇଥିଲେ ମଧ୍ୟ ସେମାନେ ପାଣି ପାଇ ପାରୁ ନାହାନ୍ତି। ସେଥିପାଇଁ ସମସ୍ତ ମହିଳା ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଦୀର୍ଘ ସମୟ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ସମ୍ମୁଖରେ ନାରା ବାଜି ଦେଲା ପରେ ଖଇରପୁଟ ବିଡ଼ିଓ ବିଶ୍ୱଜିତ ବର୍ମାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ମହିଳାମାନେ ଏକ ଲିଖିତ ଅଭିଯୋଗ ବିଡ଼ିଓଙ୍କୁ ଦେଇଥିଲେ। ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ଯେ, ଅଳ୍ପ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର କରାଯିବ। ଏହାପରେ ମହିଳାମାନେ ବ୍ଲକ ଘେରାଉରୁ ଓହରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories