www.samajalive.in
Thursday, December 11, 2025
18.1 C
Bhubaneswar

ନିୟନ୍ତ୍ରଣ ରେଖା ନିକଟରେ ବିସ୍ଫୋରଣ, ୮ ଯବାନ ଆହତ

ଜାମ୍ମୁ: ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଆଇଇଡି ବିସ୍ଫୋରଣ ଘଟିଛି। ବୁଧବାର ପୂର୍ବାହ୍ନରେ ପୁଞ୍ଚ ଜିଲାର ମେନ୍ଦହାର ଅନ୍ତର୍ଗତ ଦେହରି ଦବାସି ନିକଟ ନିୟନ୍ତ୍ରଣ ରେଖା ପାଖରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୮ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ କିଏ ଏହି ବିସ୍ଫୋରଣ ଘଟାଇଛି ତାହା ଜଣାପଡ଼ି ନ ଥିବାବେଳେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଯବାନମାନେ ପାଟୋଲିଂ କରୁଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସୂଚନା ମିଳିଛି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଉଦ୍ଧମପୁରସ୍ଥିତ କମାଣ୍ଡ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories