ମୁମ୍ବଇ : ବାହୁବଲୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଥିରେ ବଲିଉଡ଼ର ଦବଙ୍ଗ ଖାନ୍ ନଜର ଆସି ପାରନ୍ତି ବୋଲି ସୂଚନା ମିଳିଛି। ଚଳଚ୍ଚିତ୍ରର ନିର୍ମାତା ‘ସାହୋ’ରେ ଅତିଥି କଳାକାର ଭାବେ ଅଭିନୟ କରିବାକୁ ସଲମାନ୍ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚଳଚ୍ଚିତ୍ରର ଶୁଟିଂ ପ୍ରାୟତଃ ଶେଷ ପର୍ଯ୍ୟାୟରେ। ପୋଷ୍ଟର ଓ ଟିଜର ମଧ୍ୟ ରିଲିଜ୍ କରାସରିଛି। ଯଦି ସଲମାନ ଅତିଥି କଳାକାର ଭାବେ ଅଭିନୟ କରିବାକୁ ରାଜି ହୁଅନ୍ତି, ତେବେ ତାଙ୍କ ଭାଗ ଶୁଟିଂ କରାଯାଇ ଚଳଚ୍ଚିତ୍ରରେ ଯୋଡ଼ି ଦିଆଯିବ। ତେବେ ସଲମାନ ଏଯାବତ୍ ଏହି ପ୍ରସ୍ତାବକୁ ନେଇ କୌଣସି ଜବାବ ଦେଇ ନଥିବା ଜଣାପଡ଼ିଛି। ‘ସାହୋ’ ଚଳିତ ବର୍ଷ ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।
Popular Categories



