ତାଜିକସ୍ଥାନ କାରାଗାରରେ ଦଙ୍ଗା : ୩୨ ମୃତ

ଦୁସାନ୍‌ବେ : କେନ୍ଦ୍ର ଏସୀୟ ରାଷ୍ଟ୍ର ତାଜିକସ୍ଥାନର ଉଚ୍ଚ ସୁରକ୍ଷିତ ବାଖଦାତ କାରାଗାରରେ ସୃଷ୍ଟି ହୋଇଥିବା ଦଙ୍ଗାରେ ତିନି ସୁରକ୍ଷାକର୍ମୀ ଓ ୨୯ ଅନ୍ତେବାସୀଙ୍କ ସହ ମୋଟ ୩୨ ଜଣଙ୍କ ପ୍ରାଣହାନି ଘଟିଛି । ସୁରକ୍ଷାକର୍ମୀ କାରାଗାରରେ ଦଙ୍ଗା ଦମନ ପାଇଁ ୨୪ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି କାରାଗାରରେ ୧୫୦୦ ବନ୍ଦୀ ଅଛନ୍ତି। ରବିବାର ରାତିରେ କାରାଗାରରେ ଥିବା ଇସ୍‌ଲାମିକ ଷ୍ଟେଟ୍‌ ବା ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ବାରା ଏହି ଦଙ୍ଗା ସୃଷ୍ଟି ହୋଇଥିବା ପ୍ରକାଶ। ସେମାନେ ପ୍ରଥମେ କାରାଗାରର ୩ ସୁରକ୍ଷାକର୍ମୀ ଓ ୫ ଅନ୍ତେବାସୀଙ୍କୁ ଛୁରି ମାରି ହତ୍ୟା କରିବା ପରେ ଏହି ଦଙ୍ଗା ସୃଷ୍ଟି ହୋଇଥିଲା। ୨୦୧୫ରେ ଦେଶର ସ୍ବତନ୍ତ୍ର ସେନା ଆଇଏସ୍‌ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହା ପରେ ସେନାର ଜଣେ ଅଧିକାରୀଙ୍କ ପୁଅ ଆଇଏସ୍‌ରେ ଯୋଗ ଦେଇଥିଲେ। ସେ ହିଁ ଏହି ଦଙ୍ଗାକୁ ଉସୁକାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.