www.samajalive.in
Friday, December 12, 2025
17.1 C
Bhubaneswar

ମଙ୍ଗଳବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୧୯ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି(ମଙ୍ଗଳବାର) ପ୍ରକାଶ ପାଇବ । ମଙ୍ଗଳବାର ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ପ୍ରଥମେ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତକା ମାଧ୍ୟମରେ ପ୍ରକାଶ ପାଇବ । ଏହା ପରେ ଦିନ ୧୧ଟାରେ ଦୁଇଟି ବିଭାଗୀୟ ୱେବସାଇଟ orissaresults.nic.in ଓ bseodisha.nic.in ରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ ।ଛାତ୍ରଛତ୍ରୀମାନେ ୱେବ୍ ସାଇଟ୍ ଲଗଇନ୍ କରି ନିଜର ଫଳାଫଳ ଜାଣିପାରିବେ ।  ବିଦ୍ୟାର୍ଥୀମାନେ ମୋବାଇଲ ଫୋନରେ ମେସେଜ କରି ମଧ୍ୟ ପରୀକ୍ଷାଫଳ ଜାଣିପାରିବେ। ସେଥିପାଇଁ OR10 ଲେଖି ରୋଲନମ୍ବର ଲେଖି ୫୬୭୬୭୫୦ କୁ ପଠାଇବାକୁ ହେବ । ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ମଧ୍ୟରେ ମାଟ୍ରିକ ପରୀକ୍ଷା ​‌ଶେଷ ହୋଇଥିଲା। ଗତବର୍ଷ ମଇ ୭ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

- Advertisement -

ଏହିପରି ଜାଣନ୍ତୁ ପରୀକ୍ଷା ଫଳ

୧. ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.in, bseodisha.nic.in  ​‌ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

୨. ୱେବସାଇଟ୍‌ରେ ଲଗଇନ୍‌ କରିବା ପାଇଁ ଆପଣଙ୍କୁ ରେଜଲ୍ଟର ଲିଙ୍କ୍‌ ଦେଖାଇବ। ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
୩. ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ନିଜ ରୋଲ ନମ୍ବର ଦିଅନ୍ତୁ।
୪.ଏହାପରେ ଆପଣଙ୍କ ପରୀକ୍ଷା ଫଳ ନିଜ ସ୍କ୍ରିନ୍‌ରେ ଆସିଯିବ।

Hot this week

ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories