www.samajalive.in
Saturday, December 13, 2025
26.1 C
Bhubaneswar

ମୁହଁର ଆକାର ଓ ଗଠନକୁ ନେଇ ସନ୍ ଗ୍ଲାସ ଚୟନ

ଖରା ଦିନେ ସନ୍ ଗ୍ଲାସ ବ୍ୟବହାର ଆପଣଙ୍କ ଫ୍ୟାସନକୁ ଦୁଇ ଗୁଣିତ କରିବା ସହ , ତା’ଠାରୁ ଅଧିକ ଆଖିକୁ ସୁରକ୍ଷା ପ୍ରଦାନ କରେ । ତେଣୁ ଟାଣ ଖରାରୁ ଆଖିର ସୁରକ୍ଷା ଦେବା ପାଇଁ ସନ୍ ଗ୍ଲାସ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ । ତେବେ ସନ୍ ଗ୍ଲାସ ବ୍ୟବହାର ସମୟରେ ନିଜ ମୁହଁର ଆକାର ଓ ଗଠନ ଉପରେ ଧ୍ୟାନ ଦେବା ଉଚିତ୍ । କେଉଁ ସନ୍ ଗ୍ଲାସ ଆମ ମୁହଁକୁ ମାନିବ ତାହାକୁ ଦୃଷ୍ଟିରେ ରଖି ସନ୍ ଗ୍ଲାସ ପିନ୍ଧିଲେ ସୁନ୍ଦର ଲାଗିବା ସହ ସ୍ମାର୍ଟ ମଧ୍ୟ ଲାଗିବେ । ତେବେ ଆସନ୍ତୁ ଜାଣିବା ମୁହଁର ଆକାର ଓ ଗଠନକୁ ନେଇ କିଭଳି ସନ୍ ଗ୍ଲାସ ଚୟନ କରିବେ ।

ଗୋଲ୍ ମୁହଁ ପାଇଁ ଆୟତାକାର ଫ୍ରେମ୍ ସର୍ବଶ୍ରେଷ୍ଠ। ଏମାନଙ୍କ ମୁହଁର ଆକୃତି ଲମ୍ବା ଚଉଡା ସମାନ ହୋଇଥିବାରୁ ଆୟତାକାର ଫ୍ରେମ୍ ମୁହଁକୁ ଟିକେ ଲମ୍ବା କରିଥାଏ।

- Advertisement -

ଆୟତାକାର ମୁହଁ ପାଇଁ ଆଭିଏଟର ଫ୍ରେମ୍ ସୁନ୍ଦର ଦିଶେ। ଏପରି ମୁହଁ ଲମ୍ବା ଦେଖାଯାଉଥିବାବେଳେ ଏହି ଫ୍ରେମ୍ ମୁହଁକୁ ଛୋଟ ଦର୍ଶାଇଥାଏ।

ବର୍ଗାକୃତି ଚେହେରାର ବ୍ୟକ୍ତି ଅଣ୍ଡାକାର ବା ଓଭାଲ ଫ୍ରେମ୍ର ସନ୍ ଗ୍ଲାସ ବ୍ୟବହାର କରିବା ଭଲ।

courtesy :
eyestarvisioncenter.com

ଯେଉଁମାନଙ୍କ ମୁହଁ ପାନପତ୍ର ଆକୃତିର ହୋଇଥାଏ ସେମାନଙ୍କଠାରେ ସଂକୀର୍ଣ୍ଣ ଫ୍ରେମ୍ ଭଲ ଲାଗେ। ଆଭିଏଟର କିମ୍ବା ସେଡ୍ ଫ୍ରେମ୍ ବ୍ୟବହାର କରିବେ ନାହିଁ। କାରଣ, ଏହା ଦ୍ୱାରା ସେମାନଙ୍କ ମୁହଁର ଆକାର ସ୍ପଷ୍ଟ ବାରି ହୋଇଯାଏ। ହାଲ୍କା ରଙ୍ଗର ରିମ୍ଲେସ ଫ୍ରେମ୍ ସେମାନଙ୍କ ପାଇଁ ଭଲ।

ଅଣ୍ଡାକୃତି ମୁହଁରେ ସବୁପ୍ରକାର ଫ୍ରେମ୍ ଭଲ ଲାଗିଥାଏ। ବିଶେଷକରି ମାୱି ଜିମ୍ର ହାୱାଇ, କାପାଲୁଆ ଏବଂ ହୋକୁ ଷ୍ଟାଇଲ ଏମାନଙ୍କୁ ବେଶ୍ ମାନେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories