www.samajalive.in
Monday, December 8, 2025
16.1 C
Bhubaneswar

ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ

ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି  ତେବେ କିଛି ଏପରି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା ଯେଉଁ ସ୍ଥାନ ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ। ଭାରତରରେ ବିଶେଷ ଗାଁ ରହିଛି ଯାହା ସହରର କୋଳାହଳ ଠାରୁ ଦୂରରେ। ଏଠାରେ ଜୀବନର ସୁନ୍ଦର ଓ ଅଦ୍ଭୁତ ଅନୁଭବ ହାସଲ କରିପାରିବେ।
କାକାଥୁରୁଥୁ, କେରଳ –
ଏଠାକାର ପରିବେଶ ଶାନ୍ତ ଓ ଆନନ୍ଦଦାୟକ। ସୂର୍ଯ୍ୟଙ୍କ ସୁନ୍ଦର କିରଣ, ନିକଟରେ ଶସ୍ୟଶ୍ୟାମଳା ଭରା ଗଛଲତା। ବାସ୍ତବିକ ସୁନ୍ଦରତାକୁ ଏଠାରେ ଆପଣ ଦେଖିପାରିବେ, ଯାହା ସବୁବେଳେ ସିନେମାରେ ଦେଖଥିବେ।
ଧନୁଷକୋଡ଼ି, ତାମିଲନାଡ଼ୁ –
ତାମିଲନାଡ଼ୁର ଏହି ଗାଁକୁ ବୁଲିବାକୁ ଗଲେ ଆପଣ ଏଠାରେ ସୁନ୍ଦର ପରିବେଶ ସହ ଏଠାରୁ ସହଜରେ ଶ୍ରୀଲଙ୍କା ଯାଇପାରିବେ।
ଅରୁ, ଜମ୍ମୁ କାଶ୍ମୀର –
ଏପରି ଦେଖିବାକୁ ଗଲେ ଜମ୍ମୁ କାଶ୍ମୀରର ସମସ୍ତ ସ୍ଥାନ ସ୍ୱର୍ଗ ସଦୃଶ। ସେଭଳି ଏକ ସ୍ଥାନ ହେଉଛି ଅରୁ। ଯାହା ଖୁବ ପ୍ରସିଦ୍ଧ ଓ ସୁନ୍ଦର ପର୍ଯ୍ୟଟନସ୍ଥଳୀ।
ସାମୋଦ, ରାଜସ୍ଥାନ –
ରଜୱାଡ଼ା ପ୍ରଦେଶ ରାଜସ୍ଥାନର ରାଜଧାନୀ ଠାରୁ ୪୨ କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ସ୍ଥାନର ସୌନ୍ଦର୍ଯ୍ୟ ଏପରି ଯେଉଁ କାରଣରୁ ଏହା ବିଦେଶରେ ମଧ୍ୟ ପରିଚିତ।
ସାରୀ , ଉତ୍ତରାଖଣ୍ଡ –
ଗାଁ ଏକ ଏପରି ସ୍ଥାନ ଯେଉଁଠାରେ ପୁରୁଣା ସଭ୍ୟତା ଓ ପରମ୍ପରା ସର୍ବଦା ଜୀବିତ ଥାଏ। ଏହି ପାହାଡ଼ିଆ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ନିଶ୍ଚୟ ଭ୍ରମଣ ପାଇଁ ଏଠାକୁ ଯାଆନ୍ତୁ।
ମେଲଙ୍ଗ , ମେଘାଳୟ –
ମେଘାଳୟର ଏହି ଗ୍ରାମ ନିଜର ସଫାସୁତୁରା ପରିବେଶ ପାଇଁ ବେଶ ପରିଚିତ। ଏଠାରେ ଆପଣ ସ୍ୱଚ୍ଛ ଓ ଶାନ୍ତ  ପରିବେଶର ଆନନ୍ଦ ନେଇପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories