www.samajalive.in
Saturday, December 6, 2025
16.1 C
Bhubaneswar

ଚାକିରୀରେ ଉନ୍ନତି ଓ ଋଣଭାରରୁ ମୁକ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ ସିନ୍ଦୂର

ଭଗବାନ ହନୁମାନଙ୍କୁ ସବୁଠାରୁ ମଙ୍ଗଳକାରୀ ଦେବତା କୁହାଯାଇଥାଏ। ମାନ୍ୟତା ରହିଛି ଯେ, ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ତାଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ ଅଟେ। ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ଉପାୟ ହେଉଛି ସିନ୍ଦୂର ଅର୍ପଣ କରିବା। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଅତ୍ୟନ୍ତ ପ୍ରିୟ। ତେଣୁ ତାଙ୍କୁ ସିନ୍ଦୂର ଅର୍ପଣ କରିବା ଓ ଲେପନ କରିବା ଅତ୍ୟନ୍ତ ଶୁଭକର ଅଟେ। ମାନ୍ୟତା ରହିଛି ଯେ, ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ଦୁଃଖ, କଷ୍ଟ ଦୂର କରିଥାଆନ୍ତି। ପ୍ରଭୁ ହନୁମାନ ମାତା ସୀତାଙ୍କ ଠାରୁ ସିନ୍ଦୂର ଲଗାଇବା ଶିଖିଥିଲେ। ସେହି ଦିନ ଠାରୁ ଭଗବାନ ହନୁମାନ ସିନ୍ଦୂର ଲଗାଇ ଥାଆନ୍ତି। ସିନ୍ଦୂର ଅର୍ପଣ କରିବା ଦ୍ବାରା ଋଣଭାର, ଦୁର୍ଘଟଣା ଇତ୍ୟାଦିରୁ ରକ୍ଷା ମିଳିଥାଏ।

ସିନ୍ଦୂର ଲଗାଇବାର ମହତ୍ତ୍ବ :

- Advertisement -

ହିନ୍ଦୁ ଧର୍ମରେ ସିନ୍ଦୂର ଲଗାଇବାର ଅନେକ ମହତ୍ତ୍ବ ରହିଛି। ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ସିନ୍ଦୂର ସୌଭାଗ୍ୟବତୀ ନାରୀର ଆଭୂଷଣ ଅଟେ। ସିନ୍ଦୂର ଲଗାଇବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। କୁହାଯାଇଛି ଯେ, ସିନ୍ଦୂର ମୁଖ୍ୟତଃ ଲାଲ ଓ ନାରଙ୍ଗୀ ରଙ୍ଗର ଅଟେ। ସିନ୍ଦୂର ବିନା କୌଣସି ବିବାହ ସମ୍ପନ୍ନ ହୋଇ ନ ଥାଏ। ସିନ୍ଦୂରର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ରହିଛି। ତେଣୁ ସିନ୍ଦୂରକୁ ମଙ୍ଗଳକାରୀ କୁହାଯାଇଥାଏ।

ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବାର ନିୟମ :

ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ସିନ୍ଦୂର ଅର୍ପଣ କରିବା ଉଚିତ।

ଜାତକରେ ମଙ୍ଗଳ ଗ୍ରହଙ୍କ ଦୋଷ ଦୂର କରିବା ପାଇଁ ଓ କିଛି ସଙ୍କଟ ଦୂର କରିବା ପାଇଁ ହନୁମାନଙ୍କୁ ମଲ୍ଲୀ ଫୁଲର ତେଲ ଓ ସିନ୍ଦୂର ଅର୍ପଣ କରନ୍ତୁ।

ପୁରୁଷମାନେ ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଉଚିତ। ମହିଳାମା​‌ନେ କେବେ ବି ହନୁମାନଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ନାହିଁ।

ଚାକିରୀ ପାଇଁ ସିନ୍ଦୂରର ବ୍ୟବହାର :

ଚାକିରୀ ସମସ୍ୟା ଥିଲେ ଯେକୌଣସି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଚରଣରେ ସିନ୍ଦୂର ରଖନ୍ତୁ।

ଏକ ସଫା କାଗଜରେ ସେହି ସିନ୍ଦୂର​‌ରେ ସ୍ବସ୍ତିକ ଚିହ୍ନ ଆଙ୍କନ୍ତୁ।

କାଗଜଟିକୁ ନିଜ ପାଖରେ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଚାକିରୀ ସମସ୍ୟା ଦୂର ହୋଇଯିବ।

ଋଣଭାରରୁ ମୁକ୍ତି ପାଇଁ ସିନ୍ଦୂରର ବ୍ୟବହାର :

ମଲ୍ଲୀ ଫୁଲର ତେଲରେ ସିନ୍ଦୂର ମିଶାନ୍ତୁ।

ଆପଣଙ୍କ ବୟସ ଯେତିକି ସେତିକି ଓସ୍ତ ପତ୍ର ଆଣନ୍ତୁ।

ସେହି ଓସ୍ତ ପତ୍ରରେ ‘ଶ୍ରୀ ରାମ’ ଲେଖନ୍ତୁ।

ତାହାକୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।

ଏପରି କରିବା ଦ୍ବା​‌ରା ଋଣଭାରରୁ ମୁକ୍ତି ମିଳିଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories