ବାଲେଶ୍ବର : ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ପଞ୍ଚାୟତ ଅନ୍ତର୍ଗତ ରାଣିବସାଣ ଗ୍ରାମରେ ବାହାଘର ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ଅସୁସ୍ଥଙ୍କ ମଧ୍ୟରୁ ୪୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଅସୁସ୍ଥ ଲୋକଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବାଡସରିଷା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବା ବେଳେ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ରାଣିବସାଣ ଗୌରହରି ଜେନାଙ୍କ ପୁଅ ବାହାଘର ଥିଲା। ଭୋଜିରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ଗୁରୁବାର ଅପରାହ୍ନରେ ଭୋଜି ଖାଇଥିବା ଲୋକମାନଙ୍କର ମୁଣ୍ଡ ବୁଲାଇବା, ବାନ୍ତି ହେବା ଓ ପେଟ ଦରଜ ହୋଇଥିଲା। ଅସୁସ୍ଥଙ୍କୁ ଗୁରୁବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।



