www.samajalive.in
Sunday, December 14, 2025
14.1 C
Bhubaneswar

ହରିଶଙ୍କର ମହୋତ୍ସବ ଉଦଘାଟିତ

ଖପ୍ରାଖୋଲ: ବଲାଙ୍ଗିର ଜିଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ପୌରାଣିକ ପୀଠ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‍ଘାଟିତ ହୋଇଛି। ବୁଧବାର ଅପରାହ୍ନରେ ଅଙ୍କୁରୋପଣ ଓ ମଣ୍ଡଳୀକରଣ କାର୍ଯ୍ୟକରାଯାଇଥିବା ବେଳେ ଗୁରୁବାର ସୂର୍ଯ୍ୟପୂଜା ଏବଂ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ପାପନାଶିନୀ ଝରଣାରୁ ଜଳ ଆଣି ଅଭିଷେକ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ହରିହରାତ୍ମକ ପୂଜନ ସହ ଷୋଡଶ ପୂଜା ଏବଂ ହବନ କରାଯାଇଥିଲା। ବ୍ରାହ୍ମଣଙ୍କ ବେଦଧ୍ୱନୀରେ ସମଗ୍ର ଅଂଚଳ ମୁଖରିତ ହୋଇଉଠିଥିଲା। ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶିଲ ଗୁରୁ ଏବଂ ଧର୍ମପତ୍ନୀ ଉର୍ମିଳା ଯୋଷୀ ପୂଜାକର୍ତ୍ତା ଦାୟୀତ୍ୱ ନିର୍ବାହ କରିଥିଲେ।

ପୂର୍ବବର୍ଷ ଅପେକ୍ଷା ମହୋତ୍ସବର ପ୍ରଥମ ଦିନରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପାପନାଶୀନି ଝରଣାରେ ସ୍ନାନ କରିବା ପାଇଁ ଭିଡ ଲାଗିରହିଥିଲା। ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ୨୪ ଘଂଟିଆ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ ଜରୁରୀକାଳୀନ ଚିକିତ୍ସା ପାଇଁ ୫ ଜଣ ଏମ୍‍ବିବିଏସ୍‍ ,୫ ଜଣ ଆୟୁଷ ଏବଂ ଜଣେ ଦନ୍ତ ଡାକ୍ତରଙ୍କ ସହିତ ୧୧ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଜିଲା ପୁଲିସ ପକ୍ଷରୁ ୩୨ ଜଣ ଅଫିସରଙ୍କ ସହିତ ୭ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

- Advertisement -

ଉଦଘାଟନୀ ସନ୍ଧ୍ୟାରେ ଦୁଇଟି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରଥମ ମଂଚରେ ସୁରସନ୍ଧ୍ୟା ପାଟଣାଗଡ ଏବଂ ମାଁ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର, ତୋରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦ୍ୱିତୀୟ ମଂଚରେ ଭାରତୀ ନୃତ୍ୟ ପରିଷଦ ମହୁଲପାଲି ଏବଂ ପଏଁରୀ ସୁବର୍ଣ୍ଣପୁର ପକ୍ଷରୁ ଚିତାକର୍ଷକ ଲୋକନୃତ୍ୟ ,ଲୋକବାଦ୍ୟ ପରିବେଷଣ କରାଯାଇଥିଲା। ପରେ ଉଭୟ ମଂଚରେ ମା ବାସନ୍ତୀ ମହିଳା ଦଣ୍ଡନୃତ୍ୟ ଖଲିଆପାଲି ଏବଂ ଜୟଶ୍ରୀ ନମିତାରାଣୀ ମହିଳା ଦଣ୍ଡନୃତ୍ୟ ବରପାଲି ପକ୍ଷରୁ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories