www.samajalive.in
Thursday, December 11, 2025
16.1 C
Bhubaneswar

ଅସ୍ଥାୟୀ ଠିକା ବିଦ୍ୟୁତ ଶ୍ରମିକଙ୍କ ଆନ୍ଦୋଳନ

ଯାଜପୁର : ଯାଜପୁର ଡ଼ିଭିଜନର ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଠିକା ବିଦ୍ୟୁତ କର୍ମଚାରୀମାନେ ମଙ୍ଗଳବାର ଆନ୍ଦୋଳନ କରିଛନ୍ତି। ଦିର୍ଘଦିନ ଧରି ଠିକା କର୍ମଚାରୀମାନେ ବିଦ୍ୟୁତ୍ ବିଭାଗର ଏକ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରିଆସୁଥିଲେ। ଗତକାଲି ସୋମବାର ଦିନ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୬ଜଣଙ୍କୁ ସଂସ୍ଥା ପକ୍ଷରୁ ବହିଷ୍କୃତ କରାଯାଇଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ଦିନ ସମସ୍ତ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହମତିରେ କାର୍ଯ୍ୟକରିବା ଓ ଦରମା ଆବେଦନ ପ୍ରାପ୍ୟ ଠିକା ସଂସ୍ଥା ଠାରୁ ଗ୍ରହଣ କରିବାକୁ ନେଇ ସ୍ବର ଉଠାଇବାରୁ ଉକ୍ତ କର୍ମଚାରୀଙ୍କୁ ବହିଷ୍କୃତ କରିଯାଇଥିବା ଜଣାପଡ଼ିଛି। ଏନେଇଁ ଅସନ୍ତୁଷ୍ଟ କର୍ମଚାରୀମାନେ ଯଥାଶିଘ୍ର ବହିଷ୍କୃତ କର୍ମଚାରୀଙ୍କୁ ପୁନନିଯୁକ୍ତି ଓ ଶ୍ରମ ଆଇନ୍ ଅନୁସାରେ ଉଚିତ୍ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories