www.samajalive.in
Tuesday, December 9, 2025
15.1 C
Bhubaneswar

ସାଂପ୍ରତିକ ସଂକଟର ଦୂରିକରଣ କରିବା ଡବ୍ଲୁଟିଓର ଲକ୍ଷ୍ୟ

ନୂଆଦିଲ୍ଲୀ :  ବିକାଶମୁଖୀ ଦେଶଗୁଡ଼ିକରେ ୭୩୦ କୋଟିରୁ ଅଧିକ ଲୋକ ବାସ କରୁଛନ୍ତି ଓ ସେମାନେ ବିକାଶ ସୁବିଧାରୁ କେବେ ବଞ୍ଚିତ ହେବା
ଉଚିତ୍‍ ନୁହେଁ ବୋଲି ଭାରତ କହିଛି । ବିଶ୍ୱ ବାଣିଜ୍ୟ ସଂଗଠନ ହେଉଛି ଏଭଳି ଏକ ଅନୁଷ୍ଠାନ ଯାହା ସହାୟତା ନୁହେଁ ବାଣିଜ୍ୟ ମାଧ୍ୟମରେ ଦେଶଗୁଡ଼ିକର ବିକାଶ ଓ ଅଭିବୃଦ୍ଧି ସମସ୍ୟାର ସମାଧାନ କରିଥାଏ  ।

ନୂଆଦିଲ୍ଲୀରେ ବିକାଶମୁଖୀ ଦେଶଗୁଡ଼ିକର ବିଶ୍ୱ ବାଣିଜ୍ୟ ସଂଗଠନ ମନ୍ତ୍ରୀସ୍ତରୀୟ ବୈଠକରେ ଉଦବୋଧନ ଦେଇ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏହା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକ ଡବ୍ଲୁଟିଓକୁ ଆହୁରି ଉନ୍ନତି ପଥରେ ଆଗେଇ ନେଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ।  ଡବ୍ଲୁଟିଓରେ ପକ୍ଷପାତ ବିହୀନ ନୀତି, ଭବିଷ୍ୟତ ଉପରେ ପୂର୍ବାନୁମାନ, ସ୍ୱଚ୍ଛତା, ସହମତି ଭିତ୍ତିରେ ନିଷ୍ପତ୍ତି ଗ୍ରହଣ ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତା ସର୍ବଦା ଏହାର ମୂଲ୍ୟବାନ ଉପାଦାନ  ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଭୁ କହିଛନ୍ତି । ସମ୍ପ୍ରତି ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ଡବ୍ଲୁଟିଓ କଥାବାର୍ତ୍ତାରେ ବିକାଶକୁ ଅଗ୍ରାଧିକାର ଦେବ ଓ ଏଥିରେ ସଂସ୍କାର ପାଇଁ ବାଟ ଖୋଲିବ ।
ସୋମବାର ରାତିରେ ଅନୁଷ୍ଠିତ ନୈଶ ଭୋଜିସଭାରେ ଉଦ୍‍ବୋଧନ ଦେଇ ଡବ୍ଲୁଟିଓ ମହାନିର୍ଦ୍ଦେଶକ ରବର୍ଟୋ ଆଜେବେଡୋ କହିଛନ୍ତି, ଡବ୍ଲୁଟିଓରେ ସଂସ୍କାର ସାଂପ୍ରତିକ ସଂକଟର ଦୂରିକରଣ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ବ୍ୟବସ୍ଥା ସଠିକ୍‍ ନୁହେଁ ଓ ଏହା ଆଶାନୁରୂପ ଫଳ ପ୍ରଦାନ କରିପାରିବ ନାହିଁ। ସାଂପ୍ରତିକ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories