www.samajalive.in
Sunday, December 14, 2025
16.1 C
Bhubaneswar

ପୁଣି ଅଶାନ୍ତ ଶ୍ରୀଲଙ୍କା: ଗଣମାଧ୍ୟମ ଉପରେ କଟକଣା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରବିବାରଠାରୁ କିଛି ଅଞ୍ଚଳରେ ମୁସଲ୍‍ମାନ ସମ୍ପ୍ରଦାୟର ମସ୍‍ଜିଦ୍‍ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହେବାରୁ ଶ୍ରୀଲଙ୍କା ସରକାର ବହୁ ସାମାଜିକ ଗଣମାଧ୍ୟମ ସାଇଟ୍‍କୁ ଅସ୍ଥାୟୀ ଭାବେ ବନ୍ଦ ରଖିଛନ୍ତି। ଇଷ୍ଟର ରବିବାର ଆକ୍ରମଣ ପରେ ଉତ୍ତ୍ୟକ୍ତ ଲୋକମାନେ ମୁସଲ୍‍ମାନ ସମ୍ପ୍ରଦାୟର ଲୋକମାନଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରୁଥିବା ଯୋଗୁଁ କଲମ୍ବୋଠାରୁ ୮୦ କିଲୋମିଟର ଉତ୍ତରକୁ କିଛି ଅଞ୍ଚଳରେ ରବିବାର ରାତିରେ ସାନ୍ଧ୍ୟ ଆଇନ୍‍ ଲାଗୁ କରାଯାଇଥିଲା। ଚିଲା, କୁଲିୟାପିଟିୟା, ବିଙ୍ଗିରିୟା ଓ ଡୁମାଲାସୁରିୟାରେ ସାନ୍ଧ୍ୟ ଆଇନ କୋହଳ କରାଯାଇଛି। ସେହି ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ମୁସଲ୍‍ମାନ ସମ୍ପ୍ରଦାୟର ବ୍ୟାବସାୟିକ ପ୍ରତିଷ୍ଠାଗୁଡ଼ିକ ଉପରେ ଆକ୍ରମଣ ପାଇଁ ପୂର୍ବରୁ ପୁଲିସ୍‍ କିଛି ଲୋକଙ୍କୁ ଗିରଫ କରିଥିଲା। ସେହି ଲୋକମାନଙ୍କୁ ଖଲାସ କରିବାପାଇଁ ଉତ୍ତ୍ୟକ୍ତ ଲୋକମାନେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସାନ୍ଧ୍ୟ ଆଇନ୍‍ ଲଗାଯାଇଥିବା ପୁଲିସ୍‍ ମୁଖପାତ୍ର କହିଛନ୍ତି। ଇଷ୍ଟର ଆକ୍ରମଣ ପରଠାରୁ ଗୁଜବ ପ୍ରଚାର ରୋକିବାପାଇଁ ତୃତୀୟ ଥର ଲାଗି ସାମାଜିକ ଗଣମାଧ୍ୟମ ସାଇଟ୍‍ଗୁଡ଼ିକୁ ବନ୍ଦ ରଖାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories