www.samajalive.in
Sunday, December 14, 2025
26.1 C
Bhubaneswar

କର୍ଣ୍ଣାଟକରେ ହେବ ଝୁଲା ସରକାର

ନୂଆଦିଲ୍ଲୀ : ଆସନ୍ତା ମାସରେ ହେବାକୁ ଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଝୁଲା ହେବ। ରାଜ୍ୟରେ କୌଣସି ରାଜନୈତିକ ଦଳ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟାଇମ୍ସ ନାଓ-ଭିଏମଆର ସର୍ଭେ ରିପୋର୍ଟ ଅନୁଯାୟୀ ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୧ଟି ଆସନ ପାଇବାକୁ ଥିବାବେଳେ ବିଜେପି ୮୯, ଜେଡିଏସ ୪୦ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବେ। ତେଣୁ ଏପରିସ୍ଥିତିରେ କୌଣସି ଦଳ ସରକାର ଗଠନ କରିବାକୁ ସକ୍ଷମ ହେବେ ନାହିଁ। ସରକାର ଗଠନରେ ଜେଡିଏସ୍‍ କିଙ୍ଗ ମେକର (ପ୍ରମୁଖ) ଭୂମିକା ଗ୍ରହଣ କରିବ ବୋଲି ରିପୋର୍ଟରୁ ଜଣାଯାଇଛି। ରିପୋର୍ଟ ଅନୁଯାୟୀ କଂଗ୍ରେସର ୩୮.୬ %, ବିଜେପି ୩୫.୦୩% ଏବଂ ଜେଡିଏସ-ବିଏସପି ୨୧.୩୩% ଭୋଟ ପାଇବେ। ଏବିପି-ସିଏସଡିଏସ୍‍ର ସର୍ଭେ ଅନୁଯାୟୀ ବିଜେପି ୮୯ରୁ ୯୫ଟି ଆସନ ପାଇବ, କଂଗ୍ରେସ ୮୫ରୁ ୯୧ଟି ଆସନ ଓ ଜେଡିଏସ୍‍ ୩୨ରୁ ୩୮ଟି ଆସନ ପାଇବ। ବିଜେପି ଭୋଟ୍‍ ହାର ସର୍ବାଧିକ ୩୭% ଓ କଂଗ୍ରେସର ଭୋଟ ହାର ୩୫% ରହିବ। ଏହି ସର୍ଭେ ଅନୁଯାୟୀ ସିଦ୍ଧରମୈୟା ସବୁଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories