www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରାକ ମୌସୁମୀ ବର୍ଷା ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବ

ନୂଆଦିଲ୍ଲୀ .- ପ୍ରାକ ମୌସୁମୀ ବର୍ଷା ଯୋଗୁଁ ଦେଶରେ ଚାଲିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ମୁକ୍ତି ମିଳିବ ବୋଲି ପାଣିପାଗ ବିଷୟରେ ସୂଚନା ଦେଉଥିବା ଅନ୍ତର୍ଜାତୀୟ ସଂସ୍ଥା ସ୍କାଏମେଟ୍‌ ସୂଚନା ଦେଇଛି । ଦକ୍ଷିଣ ଓଡିଶାରୁ ଛତିଶଗଡ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ଓ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟ ଦେଇ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମର ଉଷୁମ ଓ ଆଦ୍ର ବାୟୁର ପ୍ରବାହ ରହିଛି । ଏହା ମଧ୍ୟ ପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଅଂଶ ପର୍ଯ୍ୟନ୍ତ ଚଳା ଚଳ କରୁଛି । ଏହାର ପ୍ରଭାବରେ ପ୍ରାକ ମୌସୁମୀ ବର୍ଷା ହୋଇପାରେ ବୋଲି ସ୍କାଏମେଟ୍‌ ପୂର୍ବାନୁମାନ କରିଛି ।

ଗତ ଦୁଇ ଦିନରେ ମଧ୍ୟ ଭାରତରେ ଶୁଷ୍କ ଓ ଗରମ ବାତାବରଣ ଅନୁଭୂତ ହେଉଛି । କେତକସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରି ସ୍ଥିତ ହୋଇଛି । ଅଂଶୁଘାତର ସମସ୍ୟା ସୃଷ୍ଟି ହୋଇଛି । ମାତ୍ର ଆସନ୍ତା ୪୮ ଘଣ୍ଟାରେ ମଧ୍ୟ ଭାରତର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏହାପରେ ଗ୍ରୀଷ୍ମ ପ୍ରବାହ କମିବ ବୋଲି ସ୍କାଏମେଟ ପକ୍ଷରୁ କୁହାଯାଇଛି ।

- Advertisement -

ମାତ୍ର ଗୁଜୁରାଟ, କୋଙ୍କଣ ଓ ମହାରାଷ୍ଟ୍ର ମଧ୍ୟାଞ୍ଚଳରେ ପାଣିପାଗ ଶୁଷ୍କ ରହିବ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories