www.samajalive.in
Friday, December 12, 2025
15.1 C
Bhubaneswar

ଆପଣଙ୍କ ପାଦ ଫାଟୁଛି କି ? ବ୍ୟବହାର କରନ୍ତୁ ଘିକୁଆଁରୀ

ପାଦ ଫାଟିବା ପଛରେ ଅନେକ କାରଣ ରହିଛି। ଯେପରି – ଅଧିକ ସମୟ ଛିଡା ହୋଇ ରହିବା, ପାଣିରେ ଅଧିକ କାମ କରିବା, ଖଣ୍ଡିଆ ହେବା ଓ ପାଦକୁ ଠିକ ଭାବେ ରକ୍ତ ସଞ୍ଚାଳନ ନ ହେବା ଇତ୍ୟାଦି। ପାଦ ଦରଜ ହେବା ଯୋଗୁଁ ଅନେକ ବ୍ୟକ୍ତି ଚାଲିବାରେ କଷ୍ଟ ଅନୁଭବ କରି ଥାଆନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଔଷଧ ଖାଇବା ସତ୍ତ୍ବେ କୌଣସି ସୁଫଳ ମିଳି ନ ଥାଏ। ପାଦ ଫାଟିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘିକୁଆଁରୀ ଲଗାଇବା ଲାଭଜନକ ହୋଇଥାଏ। କାରଣ ଘିକୁଆଁରୀ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ଆପଣ ପାଦ ଫଟାକୁ ଦୂରେଇ ଥାଏ। ତେବେ ଆସନ୍ତୁ ଜାଣିବା ଘିକୁଆଁରୀର ବ୍ୟବହାର ବିଷୟରେ ..
ଘିକୁଆଁରୀରେ ଭିଟାମିନ, ଏନଜାଇମ୍‌, ସେଲିସିଲିକ୍‌ ଏସିଡ୍‌, ଆଣ୍ଟି-ଅକ୍ସାଇଡ, ମିନେରାଲସ୍, ଆମିନୋ ଏସିଡ ଓ କୋଲିନ ଉଚ୍ଚ ମାତ୍ରାରେ ରହିଛି।
ଘିକୁଆଁରୀ ଜେଲରେ ଆଣ୍ଟି-ଇଫଲେମେଟ୍ରି ଗୁଣ ରହିଛି। ଏହାସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହାକୁ ଲଗାଇବା ଦ୍ବାରା ପାଦ ଫାଟିବା ଭଲ ହୋଇଥାଏ।
ପାଦ ଫଟା ପାଇଁ ଘିକୁଆଁରୀର ବ୍ୟବହାର :
ଉଷୁମ ପାଣି
ଘିକୁଆଁରୀ ଜେଲ
ମଶ୍ଚରାଇଜର
ପ୍ରଥମେ ଏକ ଟବ୍‌ରେ ଅଳ୍ପ ଉଷୁମ ପାଣି ନିଅନ୍ତୁ। ସେଥିରେ ଘିକୁଆଁରୀ ଜେଲ୍‌ ମିଶାନ୍ତୁ। ତାପରେ ସେହି ପାଣିରେ ପାଦକୁ ବୁଡାଇ ଅଧ ଘଣ୍ଟା ପର୍ୟ୍ୟନ୍ତ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ପାଣିରୁ ପାଦ କାଢି ପୋଛି ଦିଅନ୍ତୁ। ୧୦ମିନିଟ ପରେ ପାଦରେ ମଶ୍ଚରାଇଜର୍‌ ଲଗାନ୍ତୁ। ଏପରି ସପ୍ତାହକୁ ୩ଥର କରନ୍ତୁ। ଏହାସହ ପାଦରେ ଘିକୁଆଁରୀ ଜେଲ ମଧ୍ୟ ଲଗାଇ ପାରିବେ। ଏପରି କରିବା ଦ୍ବାରା କିଛି ଦିନ ମଧ୍ୟରେ ପାଦ ଫାଟିବା ଭଲ ହୋଇଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories