www.samajalive.in
Friday, December 12, 2025
15.1 C
Bhubaneswar

ରିଲିଜ ହେଲା ‘ସାକରେଡ ଗେମ୍ସ-୨’ର ପୋଷ୍ଟର

ମୁମ୍ବଇ : ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟପ୍ଲିକ୍ସରେ ପୂର୍ବ ବର୍ଷ ପଦର୍ଶିତ ହୋଇଥିବା ‘ସାକରେଡ ଗେମ୍ସ’ର ପ୍ରଥମ ସଂସ୍କରଣ ବେଶ ଲୋକପ୍ରିୟତା ହାସଲ କରିଥିଲା। ଦର୍ଶକ ଏହାର ୨ୟ ସଂସ୍କରଣ ଦେଖିବା ପାଇଁ ପ୍ରଥମରୁ ହିଁ ମନ ବଳାଇଥିଲେ। ‘ସାକରେଡ ଗେମ୍ସ’ର ୨ୟ ସଂସ୍କରଣ ମୁକ୍ତିଲାଭ କରିବାର ତାରିଖ ଚୂଡାନ୍ତ ହୋଇସାରିଛି। କିଛିଦିନ ପୂର୍ବରୁ ଏହି ସଂସ୍କରଣର ଟିଜର ସହ ଏହାର ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି। ଏହି ସଂସ୍କରଣରେ ଦର୍ଶକ ଲୋକପ୍ରିୟ ଅଭିନେତ୍ରୀ କଳକି କୋଚଲିନଙ୍କୁ ଦେଖିବାକୁ ପାଇବେ।
ଏହି ସଂସ୍କରଣରେ ଦୁଇଟି ପୋଷ୍ଟର ରିଲିଜ କରାଯାଇଛି। ଗୋଟିଏ ପୋଷ୍ଟରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ପୋଷ୍ଟରରେ ନୱାଜ ଉଦ୍ଧିନ ସିଦ୍ଧିକିଙ୍କୁ ଦେଖିବାକୁ ମିଳିଛି। ନୱାଜଉଦ୍ଧିନ ସିଦ୍ଧିକିଙ୍କ ପୋଷ୍ଟରେ ‘ପୂର୍ବ ଥର କଣ କହିଥିଲି ଗଣେଶ ଭାଇଙ୍କୁ? ଔକାତ! ଏଥର ଗଣେଶ ଭାଇ କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା?’ ଏଭଳି ଲେଖାଥିବା ଦେଖିବାକୁ ମିଳିଛି।
ସେହିପରି ସୈଫ ଅଲ୍ଲୀ ଖାନଙ୍କ ପୋଷ୍ଟରରେ ‘ ଯଦି ସରତାଜଙ୍କୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଅଛି, ତେବେ ଖେଳ ତ ଖେଳିବାକୁ ପଡିବ।’ ବୋଲି ଲେଖାଯାଇଛି। ‘ସାକରେଡ ଗେମ୍ସ’ ପ୍ରଥମ ସିରିଜ ଅନୁରାଗ କଶ୍ୟପ ଓ ବିକ୍ରମଆଦିତ୍ୟ ମୋଟାବାଣୀ ମିଶି ନେଦ୍ଦେର୍ଶନା ଦେଇଥିଲେ। କିନ୍ତୁ ୨ୟ ସଂସ୍କରଣ ଅନୁରାଗ ଓ ନୀରଜ ଘାୱାନ ନିର୍ଦ୍ଦେଶନା ଦେଇଛନ୍ତି। ଏହି ସଂସ୍କରଣରେ ସମସ୍ତ କଳାକାରଙ୍କ ସହ କଳକି କୋଚଲିନ ଓ ରଣବୀର ସୋରେଙ୍କୁ ନୂଆ ଭାବରେ ଦେଖିବାକୁ ମିଳିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories