www.samajalive.in
Sunday, December 14, 2025
14.1 C
Bhubaneswar

ଆଇଟିସି ଚେୟାରମ୍ୟାନ ୱାଇ.ସି. ଦେବେଶ୍ଵରଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ଆଇଟିସି କମ୍ପାନୀର ଚେୟାରମ୍ୟାନ ଯୋଗେଶ ଚନ୍ଦ୍ର ଦେବେଶ୍ଵରଙ୍କ ଶନିବାର ସକାଳେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଯୋଗେଶ ଚନ୍ଦ୍ର ଦେବେଶ୍ଵର ଭାରତର ପ୍ରମୁଖ ଘରୋଇ କମ୍ପାନୀ ଆଇଟିସି(ଇଣ୍ଡିଆନ ଟବାକୋ କମ୍ପାନୀ)ର ଚେୟାରମ୍ୟାନ ଭାବେ ସବୁଠାରୁ ଅଧିକ ଦିନ କାର୍ଯ୍ୟ କରିଥିବା ବ୍ୟକ୍ତି ଥିଲେ। ଆଇଟିସିର ୱେବ୍‌ସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଯୋଗେଶ ୧୯୮୪ ଏପ୍ରିଲ ୧୧ରେ କମ୍ପାନୀର ବୋର୍ଡ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। ଏହା ପରେ ୧୯୯୬ ଜାନୁୟାରୀ ୧ରେ ତାଙ୍କୁ ବୋର୍ଡର ଚେୟାରମ୍ୟାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତ କରାଯାଇଥିଲା।

- Advertisement -

୧୯୪୭ ଫେବୃୟାରୀ ୪ରେ ଲାହୋର(ବର୍ତ୍ତମାନ ପାକିସ୍ତାନରେ)ରେ ଯୋଗେଶଙ୍କ ଜନ୍ମ ହୋଇଥିଲା। ସେ ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ କରିବା ପରେ ହାର୍ଭାର୍ଡ ବିଜନେସ ସ୍କୁଲରେ ଅଧ୍ୟୟନ କରିଥିଲେ। ସେ ୧୯୬୮ରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ରହିଥିଲେ। ପରେ ୧୯୯୬ରେ ସେ ଆଇଟସିର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିଲେ।

୨୦୧୧ରେ ଦେବେଶ୍ଵରଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ତାଙ୍କୁ ୟୁଏସ-ଇଣ୍ଡିଆ ବିଜନେସ କାଉନ୍‌ସିଲ ତରଫରୁ ଗ୍ଲୋବାଲ ଲିଡରଶିପ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୬ରେ ତାଙ୍କୁ ବିଜନେସ ପର୍ସନ ଅଫ ଦ ଇୟର ଏବଂ ୨୦୧୨ରେ ବିଜନେସ ଲିଡର ଅଫ ଦ ଇୟର ପୁରସ୍କାର ମିଳିଥିଲା।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories