www.samajalive.in
Friday, December 12, 2025
15.1 C
Bhubaneswar

ଜନସାଧାରଣଙ୍କ ବାସ୍ତବ ପ୍ରସଙ୍ଗକୁ ବିଜେପି ଲୁଚାଉଛି: ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କୁ ୧ ନମ୍ବର ଭ୍ରଷ୍ଟାଚାରୀ କହିବା ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଏହି ପ୍ରସଙ୍ଗରେ ରାଜୀବ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପିକୁ ଶନିବାର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରକୃତରେ ଦେଶରେ ଯେଉଁସବୁ ବାସ୍ତବ ପ୍ରସଙ୍ଗ ରହିଛି ଏବଂ ଲୋକଙ୍କର ସମସ୍ୟା ରହିଛି ସେଗୁଡ଼ିକୁ ବିଜେପି ଲୁଚାଉଛି। ଅନ୍ୟପଟେ ବାଜେ ପ୍ରସଙ୍ଗ, ଯେଉଁ ପ୍ରସଙ୍ଗର କୌଣସି ମାନେ ନାହିଁ ସେଗୁଡ଼ିକୁ ଉଠାଉଛି। କୃଷି କ୍ଷେତ୍ରରେ ସଙ୍କଟ, ବେରୋଜଗାର ଏବଂ ନିଯୁକ୍ତି ପ୍ରସଙ୍ଗରେ ପ୍ରଶ୍ନ କଲେ ବିଜେପି ତାହାକୁ ଫାଙ୍କି ଦେଉଛି। ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସାକ୍ଷାତକାର ଦେବା ସମୟରେ ପ୍ରିୟଙ୍କା ଏହା କହିଥିଲେ। କିନ୍ତୁ ସେ ସିଧାସଳଖ କୌଣସି ବିଜେପି ନେତାଙ୍କ ନାମ ନେଇ ନ ଥିଲେ। ଏଥିସହ ସେ ରାଜନୀତିକୁ ଆସିବାରେ ବିଳମ୍ବ ହୋଇଯାଇଛି ବୋଲି ଭାବୁଛନ୍ତି କି ବୋଲି ଏକ ପ୍ରଶ୍ନରେ ପ୍ରିୟଙ୍କା କହିଥିଲେ, ମୁଁ ଏଥିରେ ସହମତ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେତେବେଳେ ମୋତେ ଦଳର ମହାସଚିବ ଭାବେ କିମ୍ବା ଉତ୍ତର ପ୍ରଦେଶର ଦାୟିତ୍ଵ ନେବାକୁ କହିଥିଲେ ମୁଁ ସେହି ପ୍ରସ୍ତାବକୁ ମନା କରିଦେଇଥିଲି। ମୁଁ ସେତେବେଳେ ଭୁଲ କରିଥିଲି। କିନ୍ତୁ ଲୋକମାନେ ସେମାନଙ୍କ ଅନୁଭୂତିରୁ କିଛି ଶିକ୍ଷା ଗ୍ରହଣ କରିଥାନ୍ତି। ତେଣୁ ମୁଁ ବି ମୋ ଅନୁଭୂତିରୁ କିଛି ଶିଖିଛି ଏବଂ ଯେତେବେଳେ ରାହୁଲ ପୁଣି ଥରେ ସେହି ପ୍ରସ୍ତାବ ଦେଲେ ମୁଁ ଏହା ଠିକ ସମୟ ବୋଲି ଭାବି ଗ୍ରହଣ କରିଥିଲି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories