www.samajalive.in
Thursday, December 11, 2025
18.1 C
Bhubaneswar

ଆଇପିଏଲ କ୍ରିକେଟ୍ : ଦିଲ୍ଲୀକୁ ୬ୱିକେଟରେ ହରାଇ ଫାଇନାଲରେ ଚେନ୍ନଇ

ବିଶାଖାପାଟଣା: ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ୍‌ରେ ହରାଇ ଚେନ୍ନଇ ସୁପର୍ କିଙ୍ଗସ ଆଇପିଏଲ୍‌-୧୨ର ଫାଇନାଲରେ ପ୍ରବେଶ କରିଛି। ରବିବାର ଫାଇନାଲରେ ଧୋନି ବାହିନି ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏଥିସହିତ ଚେନ୍ନଇ ସୁପରକିଙ୍ଗସ୍ ଅଷ୍ଟମ ଥର ପାଇଁ ଫାଇନାଲକୁ ଉଠିଛି। ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ୍ ମୁକୁଟ ପିନ୍ଧି ସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ୨୦୧୦, ୨୦୧୧, ୨୦୧୮ରେ ଆଇପିଏଲ ଟ୍ରଫି ଜିତିଥିଲାବେଳେ ମୁମ୍ବଇ ଇଣ୍ଡିଆନସ୍ ୨୦୧୩, ୨୦୧୫, ୨୦୧୭ରେ ଟ୍ରଫି ଜିତିଥିଲା। ରବିବାର ଉଭୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲରେ ପରସ୍ପର ମୁହାଁମୁହିଁ ହେବେ।

ଶୁକ୍ରବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ ବିନିମୟରେ ୧୪୭ ରନ୍‌ କରିଥିଲା। ଦିଲ୍ଲୀର ୧୪୮ରନର ବିଜୟ ଲକ୍ଷ୍ୟକୁ ପିଛାକରି ଚେନ୍ନଇ ଦଳ ୧୯ଓଭରରେ ୪ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories