www.samajalive.in
Saturday, December 13, 2025
26.1 C
Bhubaneswar

‘ଓକେ’କୁ ପୂରିଲା ୧୮୦ ବର୍ଷ

‘ଓକେ’ ମାନେ ସବୁ ଠିକ୍‍ ଅଛି। ଏହି ଶବ୍ଦକୁ ମାର୍ଚ୍ଚ ୨୧ରେ ୧୮୦ ବର୍ଷ ପୂରଣ ହୋଇଛି। ଛାପା ଅକ୍ଷରରେ ଓକେ ଶବ୍ଦର ପ୍ରଥମ ବ୍ୟବହାରର ଶ୍ରେୟ ଯାଏ କଲମ୍ବିଆ ୟୁନିଭର୍ସିଟିର ପ୍ରଫେସର୍‍ ଏଲେନ୍‍ ୱାକର୍‍ ରିଡ୍‍ଙ୍କୁ। ଅକ୍ସଫୋର୍ଡ଼ ଡିକ୍ସନାରୀ ଆଧାରରେ ଓକେ ଶବ୍ଦର ଅର୍ଥ ‘ସବୁକିଛି ଠିକ୍‍ ଅଛି’। ସ୍କଟିଶ୍‍ ଶବ୍ଦ ଓଚ୍‍ ଆଏରୁ ଏହାକୁ ନିଆଯାଇଛି। ଗ୍ରୀକ୍‍ ଶବ୍ଦ ଓଲା କାଲା ମଧ୍ୟ ଏହାର ଆଧାର ବୋଲି ବିଶ୍ୱାସ କରାଯାଏ। ଫରାସୀ ଶବ୍ଦ ଆକ୍ସ କେଜ୍‍ ସହ ମଧ୍ୟ ଏହା ସାଦୃଶ୍ୟ ରହିଛି। ଆପଣ ଯେକୌଣସି ଦେଶରେ ଥାଆନ୍ତୁ, ଯେକୌଣସି ଭାଷା ବୁଝି ପାରନ୍ତୁ ବା ନପାରନ୍ତୁ; କିନ୍ତୁ ଏହି ଓକେ ଶବ୍ଦର ଅର୍ଥ ଅତି ସହଜରେ ବୁଝିପାରିବେ ନିଶ୍ଚୟ। ଓକେ ଶବ୍ଦ ସାରା ଦୁନିଆରେ ଏତେ ପ୍ରଚଳିତ ଯେ ଅନେକ ସ୍ଥାନ ଓ କମ୍ପାନିର ନାମ ଏହି ଶବ୍ଦ ଅନୁଯାୟୀ ରହିଛି। ଆମେରିକାର ଓଖ୍‍ଲାହୋମା ସ୍ଥାନର ନାମ ଏହି ଶବ୍ଦରୁ ପ୍ରେରିତ। ଏହାର ଜନସଂଖ୍ୟା ମାତ୍ର ୬୨୦। ଓଖ୍‍ଲାହୋମା ଠାରୁ ଅଳ୍ପ ଦୂରରେ ଓକେ ନାମକ ଏକ ଡାକଘର ସେବା ମଧ୍ୟ ଅଛି। ଏକ ଟ୍ରକ୍‍ ନିର୍ମାଣକାରୀ କମ୍ପାନିର ନାମ ମଧ୍ୟ ରହିଛି ଓକେ। ୧୯୩୮ ମସିହା ମାର୍ଚ୍ଚ ୨୩ ତାରିଖରେ ପ୍ରଥମଥର ପାଇଁ ଆମେରିକୀୟ ଖବରକାଗଜ ଦ ବୋଷ୍ଟନ୍‍ ମର୍ଣ୍ଣିଂ ପୋଷ୍ଟ୍‍ରେ ‘ଓକେ’ ଶବ୍ଦ ଦେଖା ଯାଇଥିଲା। ପ୍ରକାଶିତ ଖବରରେ ମୁନିସିପାଲିଟି ଲ’ ବିରୋଧରେ ବ୍ୟଙ୍ଗାତ୍ମକ ଭାବରେ ଏହି ଶବ୍ଦ ବ୍ୟବହାର କରାଯାଇଥିଲା। ପରେ ଏହାକୁ ବିଶ୍ୱର ସବୁ ରାଷ୍ଟ୍ରରେ ବ୍ୟବହାର କରାଯାଉଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories