www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ କ୍ରିକେଟ୍ : ଦିଲ୍ଲୀକୁ ୬ୱିକେଟରେ ହରାଇ ଫାଇନାଲରେ ଚେନ୍ନଇ

ବିଶାଖାପାଟଣା: ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ୍‌ରେ ହରାଇ ଚେନ୍ନଇ ସୁପର୍ କିଙ୍ଗସ ଆଇପିଏଲ୍‌-୧୨ର ଫାଇନାଲରେ ପ୍ରବେଶ କରିଛି। ରବିବାର ଫାଇନାଲରେ ଧୋନି ବାହିନି ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏଥିସହିତ ଚେନ୍ନଇ ସୁପରକିଙ୍ଗସ୍ ଅଷ୍ଟମ ଥର ପାଇଁ ଫାଇନାଲକୁ ଉଠିଛି। ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ୍ ମୁକୁଟ ପିନ୍ଧି ସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ୨୦୧୦, ୨୦୧୧, ୨୦୧୮ରେ ଆଇପିଏଲ ଟ୍ରଫି ଜିତିଥିଲାବେଳେ ମୁମ୍ବଇ ଇଣ୍ଡିଆନସ୍ ୨୦୧୩, ୨୦୧୫, ୨୦୧୭ରେ ଟ୍ରଫି ଜିତିଥିଲା। ରବିବାର ଉଭୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲରେ ପରସ୍ପର ମୁହାଁମୁହିଁ ହେବେ।

ଶୁକ୍ରବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ ବିନିମୟରେ ୧୪୭ ରନ୍‌ କରିଥିଲା। ଦିଲ୍ଲୀର ୧୪୮ରନର ବିଜୟ ଲକ୍ଷ୍ୟକୁ ପିଛାକରି ଚେନ୍ନଇ ଦଳ ୧୯ଓଭରରେ ୪ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories