www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟା ମାମଲା; ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ନେଲେ ମଧ୍ୟସ୍ଥ କମିଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ମାମଲାର ଆପୋସ ସମାଧାନ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ୩ ଜଣିଆ ମଧ୍ୟସ୍ଥ କମିଟି ହାଜର ହୋଇ ମାମଲାର ସମାଧାନ ଲାଗି ଆହୁରି ଅଧିକ ସମୟ ଲୋଡ଼ିଥିଲେ। କମିଟିର ଅଧ୍ୟକ୍ଷ ଜଷ୍ଟିସ ଏଫ.ଏମ. ଖଲିଫଉଲ୍ଲା ମାମଲାର ସମାଧାନ ଲାଗି ଆଉ କିଛି ଦିନ ସମୟ ଦରକାର ବୋଲି କହିଥିଲେ। ଫଳରେ ପ୍ରଧାନ ବିଚାରପତିଙ୍କ ନେତୃତ୍ଵରେ ମାମଲାର ଶୁଣାଣି କରୁଥିବା ୫ଜଣିଆ ଖଣ୍ଡପୀଠ କମିଟିକୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଥିଲେ। ଏହି ସମୟ ମଧ୍ୟରେ ମାମଲାର ସମାଧାନ କରିବାକୁ ଖଣ୍ଡପୀଠ କମିଟିକୁ ନିର୍ଦେଶ ଦେଇଥିଲେ। ମାମଲାର କ’ଣ ଅଗ୍ରଗତି ହୋଇଛି ତାହା ଗୋପନୀୟ ବୋଲି ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଥିଲେ।

ସୂଚନାଯୋଗ୍ୟ, ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ମାମଲାକୁ ମଧ୍ୟସ୍ଥତା ଜରିଆରେ ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ ଏଫ.ଏମ. ଖଲିଫଉଲ୍ଲା, ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଡ୍‌ଭୋକେଟ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ମଧ୍ୟସ୍ଥତା କମିଟି ନିଯୁକ୍ତ କରିଥିଲେ। ଫଇଜାବାଦରେ କମିଟି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories