www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ ଶ୍ରୀଫଳର ଉତ୍ପତ୍ତି ଓ ଏହାର ମହତ୍ତ୍ୱ

ହିନ୍ଦୁଧର୍ମରେ ନଡ଼ିଆର ବହୁ ମହତ୍ତ୍ୱ ରହିଛି। ନଡ଼ିଆ ବିନା କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇନଥାଏ। ଶାସ୍ତ୍ରରେ ମଧ୍ୟ ନଡ଼ିଆକୁ ବେଶ ପବିତ୍ର ବୋଲି କୁହାଯାଏ। ଏହାର ଏକ ଅନ୍ୟ ନାମ ଶ୍ରୀ ଫଳ। ନଡ଼ିଆର ଉତ୍ପତ୍ତି ବିଷୟରେ ଶାସ୍ତ୍ରରେ ବହୁ ପୌରାଣିକ କଥା ବର୍ଣ୍ଣନା କରାଯାଇଛି। ମାତ୍ର ସଭିଏଁ ହୁଏତ ଜାଣିନଥିବେ ପୂଜାପାଠରେ ବ୍ୟବହାର କରାଯାଉଥିବା ନଡ଼ିଆର ଉତ୍ପତ୍ତି କିପରି ହୋଇଛି। ଜାଣନ୍ତୁ ଏହା ବିଷୟରେ….
ନଡ଼ିଆର ଉତ୍ପତ୍ତି ମହର୍ଷି ବିଶ୍ୱାମିତ୍ରଙ୍କ ଦ୍ୱାରା ହୋଇଛି ବୋଲି କୁହାଯାଏ। ଏହାର ଉତ୍ପତ୍ତିର କାହାଣୀ ପ୍ରାଚୀନ କାଳରେ ଥିବା ରାଜା ସତ୍ୟବ୍ରତଙ୍କ ସହ ଜଡ଼ିତ। ସତ୍ୟବ୍ରତ ଏକ ପ୍ରତିଷ୍ଠାବାନ ରାଜା ଥିଲେ। ସେ ଭଗବାନଙ୍କୁ ଖୁବ ବିଶ୍ୱାସ କରୁଥିଲେ। ତାଙ୍କ ପାଖରେ ସବୁକିଛି ଥିଲା। ମାତ୍ର ତାଙ୍କର ଏକ ଇଚ୍ଛା ଥିଲା ଯେ, ସେ ଯେଉଁ ପ୍ରକାରରେ ହେଉ ମଧ୍ୟ ପୃଥିବୀଲୋକରୁ ସ୍ୱର୍ଗଲୋକ ଯିବେ। ମାତ୍ର ସ୍ୱର୍ଗଲୋକକୁ କିପରି ଯିବେ ତାହା ସେ ଜାଣିନଥିଲେ।
ସେହି ସମୟରେ ମହର୍ଷି ବିଶ୍ୱାମିତ୍ର ତପସ୍ୟା କରିବା ପାଇଁ ନିଜ ଘର ଠାରୁ ବହୁ ଦୂରକୁ ପଳାଇଲେ। ତାଙ୍କ ଅନୁପସ୍ଥିତିରେ ସମସ୍ତ ସ୍ଥାନରେ ମରୁଡ଼ି ହୋଇଗଲା ଓ ତାଙ୍କ ପରିବାର ଭୋକ ଉପାସରେ ଅସୁବିଧା ଭୋଗିଲେ। ସେହି ସମୟରେ ରାଜା ସତ୍ୟବ୍ରତ ବିଶ୍ୱାମିତ୍ରଙ୍କ ପରିବାରକୁ ସାହାଯ୍ୟ କଲେ ସେମାନଙ୍କର ଯତ୍ନ ମଧ୍ୟ ନେଲେ। ଯେତେବେଳେ ବିଶ୍ୱାମିତ୍ର ତପସ୍ୟାରୁ ଫେରି ଆସିଲେ ତାଙ୍କ ପରିବାର ଲୋକେ ରାଜାଙ୍କ ଉତ୍ତମ ଗୁଣ ବିଷୟରେ ସବୁକିଛି ଜଣାଇଲେ। ସେ ଏହା ଶୁଣି ରାଜାଙ୍କୁ ଭେଟିବାକୁ ତାଙ୍କ ଦରବାରକୁ ଗଲେ ଓ ଧନ୍ୟବାଦ ଜଣାଇଲେ। ରାଜା ସେହି ସମୟରେ ମହର୍ଷିଙ୍କ ଠାରୁ ଏକ ବର ପ୍ରାପ୍ତି ପାଇଁ ଇଚ୍ଛା ଜଣାଇଲେ। ମହର୍ଷି ମଧ୍ୟ ଆଜ୍ଞା ଦେବାରୁ ରାଜା ନିଜ ଇଚ୍ଛା ଜଣାଇ ସ୍ୱର୍ଗଲୋକକୁ ଯିବା ପାଇଁ କହିଲେ। ଏଥିରେ ସେ ରାଜାଙ୍କ ନିମନ୍ତେ ସ୍ୱର୍ଗକୁ ଯିବା ପାଇଁ ଏକ ରାସ୍ତା ପ୍ରସ୍ତୁତ କଲେ ଓ ରାଜା ମଧ୍ୟ ସେହି ରାସ୍ତାରେ ସ୍ୱର୍ଗଲୋକକୁ ଗଲେ। ମାତ୍ର ସେହି ସମୟରେ ରାଜାଙ୍କୁ ଇନ୍ଦ୍ରଦେବ ତଳକୁ ପକାଇ ଦେଲେ। ଏହି ସମସ୍ତ ଘଟଣା ବିଷୟରେ ରାଜା ମହର୍ଷିଙ୍କୁ ଜଣାଇଲେ, ଏଥିରେ ମହର୍ଷି କ୍ରୋଧିତ ହେବା ପରେ ରାଜା ଇନ୍ଦ୍ର ଓ ଅନ୍ୟଦେବତାଙ୍କୁ ଡ଼କାଇ ଏହାର ସଠିକ ନ୍ୟାୟ କରିବାକୁ କହିଲେ। ଏହାପରେ ଏକ ନିଷ୍ପତ୍ତି କରାଯାଇ ରାଜା ସତ୍ୟବ୍ରତଙ୍କ ନିମନ୍ତେ ଏକ ସ୍ୱର୍ଗଲୋକର ନିର୍ମାଣ କରାଗଲା। ନୂତନ ସ୍ୱର୍ଗଲୋକର ମଧ୍ୟରେ ଏକ ଖୁମ୍ବର ମଧ୍ୟ ନିର୍ମାଣ କରାଗଲା। ସମୟର ଅଗ୍ରଗତିରେ ଏହି ଖୁମ୍ବ ଏକ ଗଛରେ ପରିବର୍ତ୍ତିତ ହୋଇଗଲା। ଏହାସହ ରାଜା ସତ୍ୟବ୍ରତଙ୍କ ମୁଣ୍ଡ ଗଛର ଏକ ଫଳ ହୋଇଗଲା। ଯାହାକୁ ଶ୍ରୀଫଳ ବା ନଡ଼ିଆ ବୋଲି କୁହାଗଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories