www.samajalive.in
Saturday, December 13, 2025
23.1 C
Bhubaneswar

ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ କାର୍ଯ୍ୟକ୍ଷମ କଲା ପାକିସ୍ତାନ; ଭାରତରେ ଆକ୍ରମଣ ପାଇଁ ଅନୁପ୍ରବେଶ ଅପେକ୍ଷାରେ ୪୫ ଜୈଶ୍‌ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲଓସି) ଆରପଟେ ପାକିସ୍ତାନ କେତେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌କୁ କାର୍ଯ୍ୟକ୍ଷମ କରାଇଛି। ଏସବୁ ଲଞ୍ଚପ୍ୟାଡ୍‌ରେ ପାଖାପାଖି ୪୫ ଜଣ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ରହିଛନ୍ତି। ସେମାନେ ଭାରତରେ ଆକ୍ରମଣ କରିବା ଲାଗି ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଗୋଇନ୍ଦା ସୂଚନା ମିଳିଛି। ରମଜାନ ଅବସରରେ ଜାମ୍ମୁ-କାଶ୍ମୀରରେ ଜୈଶ ମୁଖ୍ୟ ମାସୁଦ ଆଝାର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଗୋଇନ୍ଦା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଭଳି ସ୍ଥିତିରେ ଜାମ୍ମୁ-କାଶ୍ମୀରର ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ସେନାର ହାତ ବାନ୍ଧିଦେବାକୁ ଉଦ୍ୟମ କରିଛନ୍ତି। ରମଜାନ ସମୟରେ ସେନାକୁ ସଂଯତ ରଖିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏହି ସମୟ​ରେ ଯବାନମାନେ ସର୍ଚ୍ଚ ଅପରେଶନ ଏବଂ କାର୍ଯ୍ୟାନୁଷ୍ଠାନ ନ ନେବାକୁ ସେନାକୁ ପରାମର୍ଶ ଦେବାକୁ ମୁଫ୍‌ତି କେନ୍ଦ୍ରକୁ କହିଛନ୍ତି।

ସୂଚନାଯୋଗ୍ୟ, ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପଟେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ହଟାଇ ଦେଇଥିଲା।  ଏବେ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ସହଜ ହେବ। ତେଣୁ ଏହି ସମୟରେ ପାକିସ୍ତାନ ଲଞ୍ଚପ୍ୟାଡ୍‌ କାର୍ଯ୍ୟକ୍ଷମ କରାଇ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଥିବା ଗୋଇନ୍ଦା ସୂଚନା ମିଳିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories