www.samajalive.in
Sunday, December 14, 2025
14.1 C
Bhubaneswar

ଦିବ୍ୟା ସ୍ପନ୍ଦନାଙ୍କୁ ମାନହାନି ମାମଲାରେ ୫୦ଲକ୍ଷ କ୍ଷତିପୂରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଟି ସିଭିଲ କୋର୍ଟ କନ୍ନଡ଼ ଅଭିନେତ୍ରୀ ତଥା କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନାଙ୍କ ଦ୍ୱାରା ଏସିଆନେଟ ଓ ତାର ସହାୟକ ଚ୍ୟାନେଲ ସୁବର୍ଣ୍ଣା ନିଉଜ ବିରୁଦ୍ଧରେ ଆଗତ ମାନହାନି ମାମଲାର ବିଚାର କରି ୫୦ଲକ୍ଷ ତାଙ୍କ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ମୁତାବକ, ଇଣ୍ଡିଆନ ପ୍ରିମିୟର ଲିଗରେ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବା ଭଳି ଜୁଆ ଖେଳରେ ସ୍ପନ୍ଦନା ସାମିଲ ଥିବା ନେଇ ଏସିଆନେଟ ଓ ତାର ସହାୟକ ଚ୍ୟାନେଲ ସୁବର୍ଣ୍ଣା ନିଉଜ ସମ୍ବାଦ ପରିବେଷଣ କରିଥିଲା ଏବଂ ସ୍ପନ୍ଦନା ୨୦୧୩ରେ ଏ ନେଇ ମାନହାନି ମୋକଦ୍ଦମା ଦାୟର କରିଥିଲେ। ମେ ୩୧, ୨୦୧୩ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ସ୍ପଟ ଫିକସିଂ ଭଳି ଘଟଣାରେ ସ୍ପନ୍ଦନା ସାମିଲ ଥିବା ନେଇ ସମ୍ବାଦ ପରିବେଷଣ କରାଯାଇଥିଲା ଓ ସେଥିରେ ତାଙ୍କ ନାମ ବଦଳରେ ସ୍ପନ୍ଦନାଙ୍କ ଫଟୋ ପ୍ରଦର୍ଶନ କରାଯାଇଥିଲା।

ଏସିଆନେଟ ଓ ତାର ସହାୟକ ଚ୍ୟାନେଲ ସୁବର୍ଣ୍ଣା ନିଉଜ କୋର୍ଟଙ୍କୁ ଦର୍ଶାଇଥିଲେ ଯେ ପ୍ରସାରିତ କାର୍ଯ୍ୟକ୍ରମରେ ସ୍ପନ୍ଦନାଙ୍କ ନାମ ନିଆଯାଇ ନ ଥିବାରୁ ତାଙ୍କର କୌଣସି କ୍ଷତି ହେଉନାହିଁ, କିନ୍ତୁ କୋର୍ଟ ସେହି ଯୁକ୍ତିକୁ ଅଗ୍ରାହ୍ୟ କରି କହିଥିଲେ ଯେ ସ୍ପନ୍ଦନା ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ରାଣ୍ଡ ଆମ୍ବାସାଡ଼ର ଥିଲେ ଓ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସେ ୨୦୧୩ ସିଜିନରେ ଭାଗ ନେଇ ନ ଥିଲେ। ଏଭଳି ଘଟଣାକୁ ସାମ୍ବାଦିକତାର ନୈତିକତା ଉଲ୍ଲଙ୍ଘନ ବୋଲି ଅଭିହିତ କରି ଏସିଆନେଟ ଓ ତାର ସହାୟକ ଚ୍ୟାନେଲ ସୁବର୍ଣ୍ଣା ନିଉଜକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ସହ ସ୍ପନ୍ଦନାଙ୍କ ସନ୍ଦର୍ଭରେ ଆଇପିଏଲ ଫିକସିଂ ସମ୍ପର୍କିତ କୌଣସି ସମ୍ବାଦ ପ୍ରସାରଣ ଉପରେ ଆଜୀବନ ରୋକ ଲଗାଇଛନ୍ତି କୋର୍ଟ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories