www.samajalive.in
Wednesday, December 10, 2025
23.1 C
Bhubaneswar

ଦିଗ୍‌ବିଜୟଙ୍କ ରୋଡ୍‌ ଶୋ’ରେ ଗେରୁଆ ସ୍କାର୍ଫ ପିନ୍ଧିଲେ ପୁଲିସ କର୍ମଚାରୀ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଗ୍‌ବିଜୟ ସିଂହଙ୍କ ରୋଡ୍‌ ଶୋ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ରୋଡ୍‌ ଶୋରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଲାଗି ସାଦା ପୋଷାକରେ ମୁତୟନ ହୋଇଥିବା କେତେଜଣ ପୁଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧାଇ ଦିଆଯିବାରୁ ଏହି ବିବାଦ ଦେଖାଦେଇଛି।

ହିନ୍ଦୁ ଧାର୍ମିକ ନେତା ନାମଦାସ ତ୍ୟାଗୀ ଓରଫ କମ୍ପ୍ୟୁଟର ବାବା ଏହି ରୋଡ୍‌ ଶୋ’ ଆୟୋଜନ କରିଥିଲେ। କମ୍ପ୍ୟୁଟର ବାବା ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପି ସରକାର ଥିବାବେଳେ ଶିବରାଜ ସିଂହ ଚୌହ୍ବାନଙ୍କ ସରକାରରେ ମନ୍ତ୍ରୀପଦ ପାଇଥିଲେ। ବର୍ତ୍ତମାନ ସେ କଂଗ୍ରେସରେ ସାମିଲ ହେବା ସହ ମଧ୍ୟପ୍ରଦେଶରେ ଦିଗବିଜୟଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ତେଣୁ ରୋଡ୍‌ ଶୋରେ ତାଙ୍କ ନେତୃତ୍ଵରେ ଶତାଧିକ ହିନ୍ଦୁ ଧାର୍ମିକ ନେତା ଏବଂ ସାଧୁସନ୍ଥ ସାମିଲ ହୋଇଥିଲେ। କମ୍ପ୍ୟୁଟର ବାବା ଏବଂ ଅନ୍ୟ କେତେଜଣ ସାଧୁସନ୍ଥ ଏକ ଖୋଲା ଗାଡ଼ିରେ ରୋଡ୍‌ ଶୋ’ କରିବା ସମୟରେ ଭାରତ ମାତା କି ଜୟ ଏବଂ ହମ୍‌ ସବ ଏକ୍‌ ହୈ ନାରା ଦେଇଥିଲେ। ରାମ ମନ୍ଦିରକୁ ରାଜନୈତିକ ପ୍ରସଙ୍ଗ କରି ମୋଦୀ ସାଧୁସନ୍ଥମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ବୋଲି କମ୍ପ୍ୟୁଟର ବାବା କହିଥିଲେ। ତେବେ ରୋଡ୍‌ ଶୋ’ରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ସାମିଲ ହୋଇଥିବା ସାଦା ପୋଷାକଧାରୀ ପୁଲିସ କର୍ମଚାରୀଙ୍କ କାନ୍ଧରେ ଗେରୁଆ ରଙ୍ଗର ସ୍କାର୍ଫ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ସ୍କାର୍ଫ ପିନ୍ଧିବାକୁ ପୁଲିସ କର୍ମଚାରୀମାନଙ୍କୁ କୁହାଯାଇଥିଲା ବୋଲି ଜଣେ ମହିଳା ପୁଲିସ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି। ପୁଲିସ କର୍ମଚାରୀମାନେ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନେ ରାଜନୀତି ତଥା ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହିବା ଅନୁଚିତ ହୋଇଥିଲେ ହେଁ ଦିଗବିଜୟଙ୍କ ରୋଡ୍‌ ଶୋ’ ସମୟରେ ଏଭଳି ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories