www.samajalive.in
Sunday, December 14, 2025
26.1 C
Bhubaneswar

ରୋହିଜ୍ଞା ମୁସଲିମଙ୍କ ଉପରେ ସମ୍ବାଦ ପରିବେଷଣ କରି ଦଣ୍ଡିତ ଦୁଇ ସାମ୍ବାଦିକ ମୁକ୍ତ

ନୂଆଦିଲ୍ଲୀ: ରୋହିଜ୍ଞା ମୁସଲିମଙ୍କ ଉପରେ ସମ୍ବାଦ ପରିବେଷଣ କରି ୟେଙ୍ଗୁନର ଏକ ଜେଲରେ ୫୦୦ ଦିନରୁ ଅଧିକ ଦଣ୍ଡ ଭୋଗି ସାରିଥିବା ରଏଟର ସମ୍ବାଦ ଏଜେନ୍ସିର ଦୁଇ ଜଣ ସାମ୍ବାଦିକଙ୍କୁ ମୁକ୍କ୍ତ କରାଯାଇଛି। ରୋହିଜ୍ଞା ମୁସଲିମଙ୍କ ଉପରେ ହେଉଥିବା ସେନା କାର୍ଯ୍ୟାନୁଷ୍ଠାନର ରିପୋର୍ଟିଂ କରିଥିବାରୁ ସେ ଦେଶର ସରକାରୀ ଗୋପନୀୟତା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୦୧୮ରେ ସାମ୍ବାଦିକ ୩୨ ବର୍ଷୀୟ ୱ ଲୋନ ଏବଂ ୨୮ ବର୍ଷୀୟ ସୋଏ ଓ’ଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଥିଲା। ମଙ୍ଗଳବାର ପ୍ରାୟ ୬ହଜାର ୫୨୦ଜଣ କଏଦୀଙ୍କୁ ସେ ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମା ଦିଆଯିବା ପରେ ଏହି ଦୁଇ ସାମ୍ବାଦିକ ମୁକ୍ତ ହୋଇଛନ୍ତି। ମ୍ୟାମାଁରରେ ୧୭ ଏପ୍ରିଲରେ ନୂଆ ବର୍ଷ ପାଳନ ଅବସରରେ ପ୍ରତ୍ୟେକ ବର୍ଷ କଏଦୀମାନଙ୍କ ମୁକ୍ତ କରିବା ପରମ୍ପରା ରହିଛି। ରଏଟର ସମ୍ବାଦ ଏଜେନ୍ସି ସମ୍ପୃକ୍ତ ଦୁଇ ସାମ୍ବାଦିକଙ୍କୁ ନିର୍ଦ୍ଦୋଷ ବୋଲି କହିଛି।

ଉଭୟ ସାମ୍ବାଦିକ ଜେଲରୁ ମୁକୁଳିବା ପରେ ଅତ୍ୟନ୍ତ ଭାବି ବିହ୍ଵଳ ହୋଇ ପଡ଼ିଥିଲେ ଓ ହାତ ହଲାଇ ବାହାରେ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ। ସୂଚନା ଯୋଗ୍ୟ, ଉଭୟ ସାମ୍ବାଦିକଙ୍କୁ ୨୦୧୭ ଡିସେମ୍ବର ୧୨ରେ ଗିରଫ କରାଯାଇଥିଲା ଯେତେବେଳେ ମ୍ୟାମାଁର ସେନା ଓ ପୁଲିସ ୧୦ଜଣ ରୋହିଜ୍ଞା ମୁସଲିମଙ୍କ ହତ୍ୟା କରିଥିବା ଘଟଣାର ସେମାନେ ତଥ୍ୟ ସଂଗ୍ରହ କରୁଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories