www.samajalive.in
Tuesday, December 9, 2025
15.1 C
Bhubaneswar

ଗୋଟିଏ ଡାଳରେ ଝୁଲିଲେ ପ୍ରେମୀ ଯୁଗଳ, ଅନର କିଲିଂ ସନ୍ଦେହ

ଲକ୍ଷ୍ନୌ : ଅଲ୍ଲୀଗଡ଼ କୋତୱାଲା ଥାନା ଅଧୀନ ହସାୟନ ଅଞ୍ଚଳର ଏକ ପ୍ରେମୀ ଯୁଗଳ ଗୋଟିଏ ଗଛ ଡାଳରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ପ୍ରେମୀ ଯୁଗଳଙ୍କ ଘର ନଗଲାସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆରେ। ସେମାନେ କିଛି ଦିନ ହେବ ନିଖୋଜ ଥିଲେ। ମଙ୍ଗଳବାର ସକାଳେ ସେମାନଙ୍କ ଶବ ଗଛରେ ଝୁଲୁ ଥିବାର ଦେଖିବାକୁ ମିଳିଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକ ଓ ଯୁବତୀ ପ୍ରେମୀ ଓ ପ୍ରେମିକା ଥିଲେ ବୋଲି କୁହାଯାଉଛି। ପୁଲିସ୍‍ ଏହାକୁ ଏକ ଅନର କିଲିଂ (ସମ୍ମାନ ପାଇଁ ହତ୍ୟା) ମାମଲା ସନ୍ଦେହ କରୁଛି। ପୁଲିସ୍‍ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories