www.samajalive.in
Tuesday, December 9, 2025
17.1 C
Bhubaneswar

ଆଇସିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ : କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ (ଆଇସିଏସ୍‍ଇ) ପରିଚାଳିତ ଆଇସିଏସ୍‍ଇ ‘ଦଶମ’ ଏବଂ ଆଇଏସ୍‍ସି ‘ଦ୍ୱାଦଶ’ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ଅପରାହ୍ଣ ୩ଟାରେ ପ୍ରକାଶ ପାଇଛି। ପରୀକ୍ଷା ଫଳ ବୋର୍ଡର ଅଧିକାରୀକ ୱେବସାଇଟ୍‍ www.cisce.orgରେ ଉପଲବ୍ଧ ଅଛି। ପରୀକ୍ଷାର୍ଥୀ ଓ ଅଭିଭାବକ ବିଭାଗୀୟ ୱେବସାଇଟରେ ଲଗ ଇନ୍‍ କରି ପରୀକ୍ଷା ଫଳ ଜାଣିପାରିବେ। ଆଇସିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୨୨ର ଆରମ୍ଭ ହୋଇଥିଲା। ଆଇଏସ୍‍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୪ରୁ ଆରମ୍ଭ ହୋଇଥିଲା। ତେବେ ଗୋଟିଏ ଦିନରେ ଉଭୟ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଇସିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୫୪% ଓ ଆଇଏସ୍‍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୬.୫୨% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଆଇସିଏସ୍‍ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କଲକତାର ଦେବାଙ୍ଗ କୁମାର ଅଗ୍ରୱାଲ ଏବଂ ବେଙ୍ଗାଲୁରୁର ବିଭା ସ୍ୱାମୀନାଥନ ଶତ ପ୍ରତିଶତ (୧୦୦%) ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଗତ ବର୍ଷ ଆଇସିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୫୧% ଏବଂ ଆଇଏସ୍‍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୬.୨୧% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଫଳ ପ୍ରକାଶର ୭ ଦିନ ମଧ୍ୟରେ ଛାତ୍ରଛାତ୍ରୀ ବିଭାଗୀୟ ପୋର୍ଟାଲରେ ପୁନଃମୂଲ୍ୟାଙ୍କନ ପାଇଁ ଅନଲାଇନ ଆବେଦନ କରିପାରିବେ। ଛାତ୍ର ସ୍କୁଲ ମାଧ୍ୟମରେ ମଧ୍ୟ ପୁନଃମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ। ୧୩ ମଇ ପରେ ଆବେଦନ ଆଉ ଗ୍ରହଣ କରାଯିବ ନାହିଁ।
ପ୍ରକାଶଯୋଗ୍ୟ ଯେ ଗତ ବର୍ଷଠାରୁ ଉତ୍ତୀର୍ଣ୍ଣ ପାଇଁ ପାସ୍‍ ନମ୍ବର କମ କରିଦିଆଯାଇଛି । ଆଇସିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ବା ପାସ୍‍ ନମ୍ବର ୩୫%ରୁ ୩୩%କୁ  ଓ ଆଇଏସ୍‍ସି ଦ୍ୱାଦଶ ଶ୍ରେଣୀ ପାସ୍‍ ନମ୍ବର ୪୦%ରୁ ୩୫%କୁ ହ୍ରାସ କରିଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories