www.samajalive.in
Saturday, December 13, 2025
23.1 C
Bhubaneswar

ଠାକୁରଙ୍କ ମୂର୍ତ୍ତି ରଖିବାର ସଠିକ୍ ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କରିବା ଅତ୍ୟନ୍ତ ଅଶୁଭ ଅଟେ। ଭଗବାନଙ୍କର କିଛି ସ୍ୱରୂପ ଓ ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କଲେ ଆମର କ୍ଷତି ହୋଇଥାଏ। ଏହି ମୂର୍ତ୍ତି ସମ୍ପର୍କରେ ଆମର ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଗ୍ରନ୍ଥ ମାନଙ୍କରେ ଭଗବାନଙ୍କ ମୂର୍ତ୍ତି ରଖିବାର ସଠିକ ଦିଗ ବିଷୟରେ କୁହାଯାଇଛି। ଭଗବାନଙ୍କ ମୂର୍ତ୍ତିକୁ ସଠିକ ଦିଗରେ ନ ରଖିବା ଦ୍ୱାରା ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବା ସହ ଅଶୁଭ ଫଳ ମିଳିଥାଏ। ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ବଢିଥାଏ।

ଆସନ୍ତୁ ଜାଣିବା ଭଗବାନଙ୍କ ମୂର୍ତ୍ତି କିପରି ରଖିବା ଉଚିତ୍‍ ..
ଭଗବାନଙ୍କ ମୂର୍ତ୍ତି ଘରେ ରଖିବା ବେଳେ ଅନେକ ସାବଧାନତା ରହିବା ଉଚିତ। ଯେଉଁ ମୂର୍ତ୍ତି କିମ୍ବା ଫଟୋ ଘରେ ଲଗାଇବା ତାକୁ ସର୍ବଦା ଉଚିତ ଦିଗରେ ଲଗାନ୍ତୁ। ଠାକୁରଙ୍କ ଫଟୋକୁ ସର୍ବଦା ସିଧା କରି ରଖନ୍ତୁ। ବଙ୍କା ରହିଥିବା ଫଟୋକୁ ସିଧା କରି ଲଗାନ୍ତୁ। ଠାକୁରଙ୍କ ଫଟୋ ଲାଗିଥିବା ଦିଗକୁ ଗୋଡ କରି ବସିବା ଅନୁଚିତ।
ପୂଜା ସ୍ଥଳରେ ସର୍ବଦା ଜଣେ ଭଗବାନଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକାଧିକ ମୂର୍ତ୍ତି ରଖିବା ଦ୍ୱାରା ଘରେ କୁପ୍ରଭାବ ପଡିଥାଏ। ସମାନ ମୂର୍ତ୍ତିକୁ ପାଖାପାଖି କିମ୍ବା ସାମନାରେ ରଖନ୍ତୁ ନାହିଁ। ଏପରି ରଖା ହୋଇଥିବା ମୂର୍ତ୍ତିକୁ ଦର୍ଶନ କରିବା ଦ୍ୱାରା ଘରେ ଝଗଡା ସୃଷ୍ଟି ହୋଇଥାଏ। ଏପରି ଏକାଧିକ ମୂର୍ତ୍ତି ଗୋଟିଏ ସ୍ଥାନରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଭଗବାନ ଯେଉଁ ଫଟୋ ବା ମୂର୍ତ୍ତିରେ ଯୁଦ୍ଧ କରୁଥିବେ ସେପରି ମୂର୍ତ୍ତିର ଦର୍ଶନ କରିବା ଅନୁଚିତ। ଏପରି ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଏପରି ମୂର୍ତ୍ତିର ଦର୍ଶନ ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories