ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ଫନିରେ ପ୍ରଭାବିତ ହେଉଥିବା ଅଞ୍ଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ। ଏହି କାରଣରୁ ବୁଧବାର ଜିଲ୍ଲାପାଳ ଏବଂ ସଚିବଙ୍କ ସହ ଆଲୋଚନା କରାଯାଇଛି। ଏଥିପାଇଁ ଭୟଭୀତ ନହେବା ସହ ବାତ୍ୟାର ମୁକାବିଲା ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାତ୍ୟା ‘ଫନି’ ପାଇଁ ଭୟଭୀତ ନହେବାକୁ ଟୁଇଟ୍ ଯୋଗେ ଜଣାଇଲେ ମୁଖ୍ୟମନ୍ତ୍ରୀ
Popular Categories



