www.samajalive.in
Friday, December 12, 2025
15.1 C
Bhubaneswar

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ବାମୀ

ଧର୍ମଗଡ/କଲମପୁର : କଳାହାଣ୍ଡତି ଜିଲା ଥୁଆମୂଳ ରାମପୁର ଅନ୍ତର୍ଗତ କୁମ୍ଭାରଗୁଡାରେ ସ୍ବାମୀ ତାର ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରି ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ନାମ ଯୁବକଙ୍କ ନାମ ଦାନ ମାଝି। ସୂଚୁନା ଅନୁଯାୟୀ, କୁମ୍ଭାରଗୁଡା ଗାଁର ଦାନ ମାଝି(୫୬) ମହାଦେଇ ମାଝି ନାମ୍ନି ଜନୈକା ମହିଳାକୁ ପ୍ରାୟ ୨୦/୨୫ବର୍ଷ ତଳେ ବିବାହ କରିଥିଲା। ତାଙ୍କର ଦୁଇ ଝିଅ ଓ ଗାଟିଏ ପୁଅ ରହଛି। ବଡ ଝିଅ ମମିତାର ବୟସ ୧୮ ହୋଇଥିବାବେଳେ ଅନିତାର ୧୧ଓ ସାନ ପୁଅ ରାଜିନ୍ଦ୍ରର ବୟସ ୮ବର୍ଷ। ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଦାନ ମାଝି ଗତ ବର୍ଷେ ତଳେ କେରଳକୁ ଦାଦନ ଖଟିବାକୁ ଯାଇଥିଲା। ଏହି ସମୟ ମଧ୍ୟରେ ଦାନଙ୍କ ସ୍ତ୍ରୀ ମହାଦେଇ ନିଜର ଜଣେ ସମ୍ପର୍କିୟ ଦେଢ଼ଶଶୁର ସାନା ମାଝି ସହ ସମ୍ପର୍କ ରଖି ତାକୁ ବିବାହ କରି ସିଆଳିପଦର ଗାଁରେ ରହୁଥିଲା। ୬ମାସ ପରେ ଦାନ ମାଝି ଘରକୁ ଫେରି ନିଜ ସ୍ତ୍ରୀର ବିଷୟରେ ଅବଗତ ହେବା ପରେ ନିରବ ରହିଥିଲେ। ତେବେ ମୃତ ମହାଦେଇ କୁଆଡେ ଦାନ ମାଝି ଘରୁ ଯିବାବେଳେ ୧୫୦୦୦ଟଙ୍କା ଓ କିଛି ଜିନିଷ ପତ୍ର ନେଇ ଯାଇଥିଲେ। ଯାହାକୁ ଫେରେଇ ଦେବା ପାଇଁ ଦାନ ମାଝି ବାରମ୍ବାର ମୃତକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୃତ ମହିଳା ଜଣକ ଦେବି ଦେବି କହି ଠକି ଚାଲିବାରୁ ଶେଷରେ ଶୋଇଥିବା ଦାନ ମାଝି ଘରକୁ ଯାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପ୍ରକାଶ। ଥାନା ଆଇଆଇସି ମନରଂଜନ କୁମ୍ଭାର ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories