www.samajalive.in
Monday, December 8, 2025
24.1 C
Bhubaneswar

ନେସ୍‌ ୱାଡିୟାଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡ; ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଜାପାନରେ ଗିରଫ ହୋଇଥିଲେ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ନୁସ୍‌ଲି ୱାଡିୟା ତଥା ୱାଡିୟା ଗ୍ରୁପ୍‌ର ଉତ୍ତରାଧିକାରୀ ନେସ୍‌ ୱାଡିୟାଙ୍କୁ ଜାପାନର ଏକ କୋର୍ଟ ୨ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ପାଖରେ ନିଶାଦ୍ରବ୍ୟ ରଖିବା ମାମଲାରେ ନେସ୍‌ ୱାଡିୟାଙ୍କୁ ଗତ ମାର୍ଚ୍ଚରେ ଜାପାନ ପୁଲିସ ଗିରଫ କରିଥିଲା। ନେସ୍‌ ୱାଡିୟା ଆଇପିଏଲରେ ଭାଗଦେଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଟିମ୍‌ର ଅନ୍ୟତମ ମାଲିକ ଅଟନ୍ତି।

ସୂଚନା ମୁତାବକ, ନେସ୍‌ ୱାଡିୟା ଜାପାନ ଯାଇଥିବାବେଳେ ନ୍ୟୁ ଚିଟୋଜ ବିମାନବନ୍ଦରରେ ଯାଞ୍ଚ ବେଳେ ତାଙ୍କଠାରୁ ଗଞ୍ଜେଇ ଭଳି କିଛି ନିଶାଦ୍ରବ୍ୟ ମିଳିଥିଲା। ଏହା ପରେ ତାଙ୍କୁ ନାର୍କୋଟିକ୍ସ ବିଭାଗ ଗିରଫ କରିଥିଲା। ଏ ନେଇ ନେସ୍‌ ୱାଡିୟାଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିଥିଲା। ସାପୋରୋ ଜିଲା କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏ ନେଇ ଫାଇନାନ୍ସିଆଲ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

- Advertisement -

ସୂଚନାଯୋଗ୍ୟ, ୱାଡିୟା ଗ୍ରୁପ୍‌ର ଅନେକ ବ୍ୟବସାୟିକ ସଂସ୍ଥା ରହିଛି। ସେଥିମଧ୍ୟରୁ ବମ୍ବେ ଡାଇଂ, ବମ୍ବେ ବର୍ମାନ ଟ୍ରେଡିଂ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ, ଗୋ ଏୟାର ଅନ୍ୟତମ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories