www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ରହି ମଧ୍ୟ ଏହି ସିନେତାରକାଙ୍କୁ ମିଳିନି ଭୋଟ ଦେବାର ଅଧିକାର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ୭୧ ଆସନ ପାଇଁ ଭୋଟଗ୍ରହଣ ଶେ​‌ଷ ହୋଇଛି । ରାଜନୀତି ମଇଦାନରେ ନେତା ପରସ୍ପରଙ୍କୁ କଡା ଟକ୍କାର ଦେଉଥିବା ​‌ବେଳେ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ସଲମନ ଖାନଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଶୁକ୍ରବାର ବିଭିନ୍ନ ବୁଥରେ ମତଦାନ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବଲିଉଡ୍ ଜଗତରେ ଏଭଳି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଭାରତର ରହି ମଧ୍ୟ ମତଦାନ କରିବାର ଅଧିକାର ପାଇନାହାନ୍ତି । ତେବେ ଆସନ୍ତୁ ଜାଣିବା ସେଭଳି କିଛି ବଲିଉଡ ତାରକାମାନଙ୍କ ବିଷୟରେ….

pic courtesy jansatta

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଅକ୍ଷୟ କୁମାର । ଅକ୍ଷୟ ଭାରତରେ ରହି ମଧ୍ୟ କାନାଡା ନାଗରିକତ୍ବର ଅଧିକାର ପାଇଛନ୍ତି । ଏହା ସହ ତାଙ୍କର ପାସପୋର୍ଟ କାନାଡାରୁ ପଞ୍ଜିକୃତ ହୋଇଛି । କାନାଡର ୱିଣ୍ଡସର ବିଶ୍ବବିଦ୍ୟାଳୟରୁ ତାଙ୍କୁ ଆଇନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ମିଳିଛି । ତେଣୁ ଅକ୍ଷୟ କୁମାରଙ୍କ ନାମ ମତଦାନ ତାଲିକାରୁ ବାଦ୍ ପଡିଛି ।

- Advertisement -
pic courtesy Times Now Hindi

ଆଲିଆ ଭଟ୍ଟଙ୍କ ନିକଟରେ ଭାରତର ନାଗରିକତା ଅଧିକାର ନାହିଁ । ଆଲିଆ ଭଟ୍ଟଙ୍କ ମା’ ସୋନୀ ରାଜଦାନ ବିର୍ମିଂହମରୁ ହୋଇଥିବାରୁ ତାଙ୍କ ନିକଟରେ ବ୍ରିଟିଶ ନାଗରିକତାର ଅଧିକାର ରହିଛି । ଏହି କାରଣରୁ ଆଲିଆ ଭଟ୍ଟଙ୍କ ନିକଟରେ ବ୍ରିଟିଶ ପାସପୋର୍ଟ ରହିଛି ।

pic courtesy Bhaskar

କ୍ୟାଟ୍ରିନା କୈଫଙ୍କ ନିକଟର ବ୍ରିଟିଶ ନାଗରିକତ୍ବ ଅଧିକାର ଥିବାରୁ ସେ ମଧ୍ୟ ମତଦାନରୁ ବଞ୍ଚିତ ହୋଇଛନ୍ତି ।

pic courtesy Amar Ujala

ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କ ଜନ୍ମ ବହାରିନର ମନାମାରେ ହୋଇଥିଲା । ତେଣୁ ତାଙ୍କ ନିକଟରେ ଶ୍ରୀଲଙ୍କାର ନାଗରିକତ୍ବର ଅଧିକାର ରହିଛି ।

pic courtesy India.com

‘ରକ୍ ଷ୍ଟାର’ ଫିଲ୍ମରୁ ହିଟ୍ ହୋଇଥିବା ଅଭିନେତ୍ରୀ ନର୍ଗିସ ପକ୍‌ରୀ ଭାରତରେ ରହି ମଧ୍ୟ ଭୋଟ ଦେଇ ପାରିନାହାନ୍ତି । ନର୍ଗିସଙ୍କ ଜନ୍ମ ନ୍ୟୁୟର୍କରେ ହୋଇଛି । ତେଣୁ ତାଙ୍କ ପାଖରେ ଆମେରିକାର ପାସପୋର୍ଟ ଏବଂ ନାଗରିକତ୍ବର ଅଧିକାର ରହିଛି ।

pic courtesy democracyexpress.com

ବଲିଉଡ ଅଭିନେତା ତଥା ଅମୀର ଖାନଙ୍କ ଭଣଜା କୁହାଯାଉଥିବା ଇମରାନ ଖାନଙ୍କ ଜନ୍ମ ଆମେରିକାର ୱିସ୍କନସିନ୍ ସହରର ଜନ୍ମ ହୋଇଥିଲେ । କିନ୍ତୁ ମା-ବାପାଙ୍କ ବିବାହ ବିଚ୍ଛେଦ ପରେ ତାଙ୍କୁ କାଲିଫର୍ନିଆ ଯିବାକୁ ପଡିଥିଲା । ସେଠାରେ ସେ ପାଠ ପଢା ଶେଷ କରିଥିଲେ । ତେଣୁ ତାଙ୍କ ନିକଟରେ ଆମେରିକାର ନାଗରିକତ୍ବ ଏବଂ ପାସପୋର୍ଟ ରହିଛି ।

 

 

 

 

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories