www.samajalive.in
Tuesday, December 9, 2025
16.1 C
Bhubaneswar

ଜେଇଇରେ ବିଫଳ ହେବା ପରେ ନିଜକୁ ଗୁଳି କରି ଛାତ୍ରଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ)ରେ ବିଫଳ ହେବା ପରେ ଜଣେ ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ୨୧ ବର୍ଷୀୟ ଛାତ୍ରଙ୍କ ଘର ତେଲେଙ୍ଗାନାର ସିକନ୍ଦରାବାଦ ଅନ୍ତର୍ଗତ ମାଲକାଜଗିରି ସହରରେ। ମଙ୍ଗଳବାର ସକାଳେ ସେ ବାପାଙ୍କ ବନ୍ଧୁକରୁ ନିଜକୁ ଗୁଳି କରି ଏଭଳି ପଦକ୍ଷେପ ନେଇଥିବା ପୁଳିସ କହିଛନ୍ତି।

ମଙ୍ଗଳବାର ପୁଲିସ ସମ୍ପୃକ୍ତ ଛାତ୍ରଙ୍କ ମୃତଦେହ ତାଙ୍କ ଘରୁ ଜବତ କରିଛି। ତାଙ୍କ ନାମ ହେଉଛି ସାହିଲ। ଛାତ୍ର ଜଣକ ନିଜ ମୁଣ୍ଡକୁ ଗୁଳି କରିଥିବା ଜଣାପଡ଼ିଛି। ମୃତଦେହ ପଡ଼ିରହିଥିବା ବେଡ୍‌ଟି ରକ୍ତରଞ୍ଜିତ ହୋଇପଡ଼ିଛି। ଛାତ୍ରଙ୍କ ବାପା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଅବସର ପରେ ସେ ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପୁଲିସ ଇନ୍ସପେକ୍ଟର ଏ. ନରସିହ୍ମା ସ୍ବାମୀ କହିଛନ୍ତି।

- Advertisement -

ପୁଲିସ ସୂଚନା ମୁତାବକ, ସାହିଲ ନିକଟରେ ସିବିଏସଇ ଦ୍ବାଦଶ ପରୀକ୍ଷା ଦେଇଥିଲେ। ଆଇଆଇଟିରେ ପଢ଼ିବା ଲାଗି ସେ ପ୍ରସ୍ତୁତି କରିବା ସହ ଜେଇଇ ଦେଇଥିଲେ। କିନ୍ତୁ ସୋମବାର ଫଳାଫଳ ପ୍ରକାଶ ପାଇବାରେ ସେ ପରୀକ୍ଷାରେ ବିଫଳ ହୋଇଥିବା ଜାଣିପାରିଥିଲେ। ଏଥିପାଇଁ ବାପା ତାଙ୍କୁ ଗାଳି କରିଥିଲେ। ଏଥିରେ ହତୋତ୍ସାହିତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories