www.samajalive.in
Sunday, December 14, 2025
26.1 C
Bhubaneswar

ଚଢ଼ଉବେଳେ ନିଜକୁ ଉଡ଼ାଇଦେଲେ ଦୁଇ ଆତଙ୍କବାଦୀ

ଢ଼ାକା : ଶ୍ରୀଲଙ୍କା ଭଳି ପରିସ୍ଥିତି ଉପୁଜିଛି ବାଂଲାଦେଶ ରାଜଧାନୀ ଢ଼ାକାରେ। ସୋମବାର ଦେଶର ସ୍ବତନ୍ତ୍ର ଆତଙ୍କବାଦ ନିରୋଧୀବାହିନୀ ଦ୍ବାରା ବୋଶିଲା ଅଞ୍ଚଳରେ ଥିବା ଆଡ୍ଡାରେ ଚଢ଼ଉ କରିବାରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଛନ୍ତି। ଢ଼ାକାର ସହରତଳି ଅଞ୍ଚଳ ମହମ୍ମଦପୁରର ବୋଶିଲାସ୍ଥିତ ଏକ ଘର ଉପରେ ଚଢ଼ଉ କରିବାରେ ଘର ଭିତରେ ଥିବା ଆତଙ୍କବାଦୀ ପ୍ରଥମେ ଗୁଳି ଚଳାଇଥିଲେ। ସ୍ବତନ୍ତ୍ରବାହିନୀ ଏହାର ଜବାବ ଦେବାମାତ୍ରେ ସନ୍ଦିଗ୍ଧ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣ ଯୋଗୁଁ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା ଓ ଆଖପାଖ ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ଶନିବାର ରାତିରେ ଚଢ଼ଉ ଅଭିଯାନ ଆରମ୍ଭ ହୋଇଥିଲା ଓ ଏହା ପୂର୍ବରୁ ପଡ଼ୋଶୀ ଘରଗୁଡ଼ିକୁ ଖାଲି କରି ଦିଆଯାଇଥିବାରୁ କୌଣସି କ୍ଷତି ହୋଇ ନାହିଁ ବୋଲି ପୁଲିସବାହିନୀ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଘରର ମାଲିକ ଓ ତାଙ୍କ ପତ୍ନୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ସେ ସ୍ଥାନୀୟ ମସ୍‌ଜିଦର ଇମାମ ବୋଲି ଜଣାପଡ଼ିଛି। ସନ୍ଦିଗ୍ଧ ଆତଙ୍କବାଦୀ ନିଜକୁ ଭ୍ୟାନ୍‌ଚାଳକ ବୋଲି ପରିଚୟ ଦେଇ କିଛି ମାସ ହେଲା ତାଙ୍କ ଘରେ ରହୁଥିଲେ ବୋଲି ଇମାମ କହିଛନ୍ତି। ୨୦୧୬ ଜୁଲାଇରେ ଢ଼ାକା କାଫେ ଉପରେ ଇସ୍‌ଲାମିକ ଆତଙ୍କବାଦୀ ଆକମ୍ରଣ ପରଠାରୁ ଦେଶର ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି। ଏହି ଆକ୍ରମଣରେ ୧୮ବିଦେଶୀଙ୍କ ସମେତ ମୋଟ ୨୨ଜଣ ପ୍ରାଣ ହରାଇଥିଲେ; କିନ୍ତୁ ସରକାର ଇତିମଧ୍ୟରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories