www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଧାନ ବିଚାରପତି ବିରୋଧୀ ମାମଲା; ଖବର ପ୍ରସାରଣ ଉପରେ କଟକଣା ସମ୍ବନ୍ଧୀୟ ଆବେଦନ ଖାରଜ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲା ସମ୍ବନ୍ଧୀୟ ଖବର ପ୍ରସାରଣ ନେଇ ଗଣମାଧ୍ୟମ ଉପରେ କଟକଣା ଲାଗୁ କରିବା ଲାଗି ହୋଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଥିବାରୁ ଉଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନଙ୍କ ପୀଠ କହିଛନ୍ତି। ସ୍ବେଚ୍ଛାସେବୀ ସଂସ୍ଥା ଭାରତୀୟ ଦୁର୍ନୀତି ନିବାରଣ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପ୍ରଧାନ ବିଚାରପତିଙ୍କ ବିରୋଧରେ ତିନି ଜଣିଆ ବିଚାରପତି କମିଟି ତଦନ୍ତ ​‌େ​‌ଶଷ ନ କରିବା ଯାଏ ଏ ସମ୍ବନ୍ଧୀୟ ଖବର ପ୍ରସାରଣ ଉପରେ ତୁରନ୍ତ କଟକଣା ଲାଗୁ କରିବାକୁ ସଂସ୍ଥା ହାଇକୋର୍ଟଙ୍କୁ ନିବେଦନ କରିଥିଲା। ଏଭଳି କରା ନ ଗଲେ ସାଧାରଣ ଲୋକେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ହରାଇବେ ଏବଂ ଦେଶର ବୃହତ କ୍ଷତି ହେବ ଯାହାର ଭରଣା କରିବା କଷ୍ଟକର ହେବ ବୋଲି ସଂସ୍ଥା ଦର୍ଶାଇଥିଲା। ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଣାଯାଇଥିବା ଏହି ଅଭିଯୋଗ ପଛରେ କେତେକ ଦେଶଦ୍ରୋହୀଙ୍କ ସମ୍ପୃକ୍ତି ଥିବା ନେଇ ସଂସ୍ଥା ସନ୍ଦେହ ବ୍ୟକ୍ତ କରିଛି। ତଦନ୍ତ ହୋଇ ନ ଥିବା ଏହି ମାମଲା ସମ୍ବନ୍ଧରେ ଖବର ପ୍ରକାଶ କରିଥିବା ଗଣାମଧ୍ୟମଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନରେ ଯୁକ୍ତି ଦର୍ଶାଯାଇଛି ଯେ, ଅଭିଯୋଗ ସମ୍ବନ୍ଧରେ ଖବର ପ୍ରକାଶନ ଯୋଗୁ ସିଧାସଳଖ ଭାବେ ଭାରତୀୟ ବିଚାର ବିଭାଗୀୟ ବ୍ୟବସ୍ଥା ଉପରେ ଆଞ୍ଚ ଆସିଛି। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଜଣେ ପୂର୍ବତନ କର୍ମଚାରୀଙ୍କ ମିଥ୍ୟା ସତ୍ୟପାଠକୁ ଭିତ୍ତି କରି ପ୍ରଧାନବିଚାରପତିଙ୍କ ବିରୋଧରେ ଅଭିଯୋଗ ଅଣାଯାଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣ ନ ହୋଇଛି ସେପର୍ଯ୍ୟନ୍ତ ଏସମ୍ବନ୍ଧୀୟ ଖବର ପ୍ରସାରଣ ବନ୍ଦ ହେବା ଉଚିତ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories