www.samajalive.in
Sunday, December 14, 2025
19.1 C
Bhubaneswar

ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ କହି ନିର୍ବାଚନ ଅଧିକାରୀ ହଟହଟା

ଧାମରା : ବାଂଶଡା ଥାନା ଅର୍ନ୍ତଗତ ନଳଗୋହିରା ୧୪୯ ନଂ ବୁଥରେ ନିର୍ବାଚନ ଅଧିକାରୀ ଶାସକ ଦଳକୁ ଭୋଟ ଦେବାକୁ କହି ହଟହଟା ହେବାକୁ ପଡିଛି। ସୂଚନା ଅନୁସାରେ ସୋମବାର ମତଦାନ ଚାଲିଥିବା ବେଳେ ସେହି ଗ୍ରାମର କିଛି ବୃଦ୍ଧ ଏବଂ ବୃଦ୍ଧା ଏହି କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ। ବୁଥ ଦାୟିତ୍ୱରେ ଥିବା ସେହି ଗ୍ରାମର ଶିକ୍ଷକ ଉମେଶ ଭୋଇ ଭୋଟରଙ୍କୁ ଶାସକ ଦଳରେ ଭୋଟ ଦେବାକୁ ଖୋଲାଖୋଲି ଭାବରେ କହିଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେବା ସହ ଉମେଶ ଭୋଇଙ୍କୁ ସାଧାରଣ ଜନତା ଘୋଷାରି ତାଙ୍କ ସାର୍ଟକୁ ଚିରି ଦେଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ଜନତାଙ୍କ ଠାରୁ ତାଙ୍କୁ ମୁକୁଳାଇଥିଲେ। ଜଣେ ନିର୍ବାଚନ ଅଧିକାରୀ ଭାବରେ କିପରି ଲୋକ ମାନଙ୍କୁ ଶାସକ ଦଳରେ ଭୋଟ ଦେବାକୁ ପ୍ରବର୍ତାଇଥିଲେ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories