www.samajalive.in
Sunday, December 14, 2025
19.1 C
Bhubaneswar

ମେ ୫ରେ ହେବ ଶିକ୍ଷାଶାସ୍ତ୍ରୀ ବି.ଏଡ଼ ପ୍ରବେଶିକା ପରୀକ୍ଷା

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ଆୟୋଜିତ ଶିକ୍ଷାଶାସ୍ତ୍ରୀ ବି.ଏଡ଼ ପ୍ରବେଶିକା ପରୀକ୍ଷା ଆସନ୍ତା ମେ ମାସ ୫ତାରିଖ ରବିବାର ଦିନ ରାଜ୍ୟର ୫ଟି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କିତ ନୋଟିସ ବିଶ୍ୱବିଦ୍ୟାଳୟ ୱେବସାଇଟ ’www.sjsv.nic.in’ରେ ଉପଲବ୍ଧ ହେଉଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ. ମଧୁସୂଦନ ମିଶ୍ର କହିଛନ୍ତି।

ପ୍ରଫେସର ମିଶ୍ରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୫୦୦ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ପୁରୀର ତିନୋଟି କେନ୍ଦ୍ର ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ୫୦୦, ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ୨୬୭ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ୨୭୫ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ, କଟକରେ ୧୮୫ଜଣ ଏବଂ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବାଲେଶ୍ୱରରେ ୨୭୩ଜଣ ପରୀକ୍ଷା ଦେବେ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ କାରଣ ପାଇଁ ୩୯ଜଣଙ୍କ ଆବେଦନପତ୍ର ଖାରଜ ହୋଇଥିବା ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories