www.samajalive.in
Sunday, December 14, 2025
26.1 C
Bhubaneswar

ବିବିଏଲରୁ ସନ୍ନ୍ୟାସ ନେଲେ ୱାଟସନ୍

ସିଡ଼ନୀ : ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସେନ ୱାଟସନ୍ ଅଷ୍ଟ୍ରେଲିଆନ ଟ୍ବେଣ୍ଟି-୨୦ ବିଗ୍ ବାସ ଲିଗ୍(ବିବିଏଲ)ରୁ ଶୁକ୍ରବାର ସନ୍ନ୍ୟାସ ନେଇଛନ୍ତି। ସୂଚନା ମୁତାବକ ୱାଟସନ୍ ନିଜ ପରିବାର ସହ ଗ୍ରୀଷ୍ମକାଳୀନ ଛୁଟି କାଟିବା ପାଇଁ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୩୭ ବର୍ଷୀୟ ୱାଟଶନ୍ ଗତ ତିନୋଟି ସିଜନରେ ବିଗ୍ ବାସ ଲିଗ୍ (ବିବିଏଲ)ର ସିଡନୀ ଥଣ୍ଡର୍ସ ଦଳରୁ ଅଧିନାୟକତ୍ବ କରୁଥିଲେ। ୱାଟଶନ୍ କହିଛନ୍ତି, ସିଡନୀ ଥଣ୍ଡର୍ସ ଦଳର ପ୍ରତିଟି ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଗତ ଚାରୋଟି ସିଜନ୍ ମୋ ପାଇଁ ବହୁତ ଭଲ ରହିଥିଲା ଏବଂ ଯାହା ମୋ ସହ ସର୍ବଦା ରହିବ।
୨୦୧୬ମସିହାରେ ୱାଟଶନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ)ରେ ସେ ଚେନ୍ନଇ ସୁପରକିଙ୍ଗସ୍ ଦଳ ତରଫରୁ ଖେଳୁଛନ୍ତି। ବିବିଏଲରେ ଓ୍ବାଟସନ୍ ୪୨ ମ୍ୟାଚ୍‌ ଖେଳି ୧୦୫୮ ରନ୍‌ କରିବା ସହ ୨୦ ଉଇକେଟ ନେଇଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଅଷ୍ଟ୍ରେଲିଆ ପାଇଁ ୩୦୭ଟି ମ୍ୟାଚ୍‌ ଖେଳିଛନ୍ତି।

ୱାଟସନଙ୍କ ଅନ୍ତର୍ଜାତୀୟ କ୍ୟାରିୟର

- Advertisement -
ବର୍ଷ    ମ୍ୟାଚ  ରନ ସର୍ବାଧିକ   ଷ୍ଟ୍ରାଇକରେଟ ଶତକ  ଅର୍ଦ୍ଧଶତକ   
ଟେଷ୍ଟ(୨୦୦୫-୧୫)              ୫୯  ୩୭୩୧   ୧୭୬                ୫୨.୬        ୦୪          ୨୪  
ଏକଦିବସୀୟ(୨୦୦୨-୧୫)      ୧୯୦  ୫୭୫୭  ୧୮୫(ନଟ ଆଉଟ) ୯୦.୪      ୦୯    ୩୩     
ଟ୍ବେଣ୍ଟି-୨୦(୨୦୦୬-୧୬)         ୫୮        ୧୪୬୨    ୧୨୪  ୧୪୫.୩    ୦୧          ୧୦        

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories