www.samajalive.in
Saturday, December 6, 2025
23.1 C
Bhubaneswar

ଏହି ସ୍ଥାନକୁ ଭ୍ରମଣ ପାଇଁ ଗଲେ ଆଣନ୍ତୁ ସ୍ମୃତି ବହନ କରୁଥିବା ଜିନିଷ

ଆମେ ସଭିଏଁ ଇଚ୍ଛା କରିଥାଉ ଯେ, ଯେଉଁ ସମସ୍ତ ସ୍ଥାନକୁ ଆମେ ଭ୍ରମଣ ପାଇଁ ଯାଉଛେ, ତାହା ଆମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହୁ। ଏହି କାରଣରୁ ଆମେ ଯେଉଁ ସ୍ଥାନକୁ ବୁଲିବାକୁ ଯାଉ ସେଠାକାର ଭିନ୍ନ ସ୍ଥାନ, ଖାଦ୍ୟପେୟ, ବିଭିନ୍ନ ସାମଗ୍ରୀ ହିଁ ଆମକୁ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏତଦ ବ୍ୟତୀତ ନିଜ ଭ୍ରମଣକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ସେଠାକାର ସ୍ମୃତି ବହନ କରୁଥିବା କିଛି ଜିନିଷ ଆଣନ୍ତୁ। ଆସନ୍ତୁ ଜାଣିବା କେଉଁ ରାଜ୍ୟକୁ ବୁଲିବାକୁ ଗଲେ ସେଠାକାର କେଉଁ ପ୍ରସିଦ୍ଧ ଜିନିଷ ନିଜ ସହ ଆଣିବେ ….
ଗୁଜରାଟ –
ଗୁଜୁରାଟରେ କାଚରେ ହୋଇଥିବା କାରୁକାର୍ଯ୍ୟ ଆପଣ ବିିଭିନ୍ନ ସ୍ଥାନରେ ଦେଖିବାକୁ ପାଇବେ। ଛୋଟ ଛୋଟ କାଚର ଖଣ୍ଡ ଖଣ୍ଡ ଅଂଶକୁ ପ୍ରୟୋଗ କରାଯାଇ ବହୁ ସୁନ୍ଦର ସୁନ୍ଦର ସାଜସଜ୍ଜା ଦ୍ରବ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଆଭୂଷଣ ଆଦି ରଖିବା ପାଇଁ ଏଠାରେ ସୁନ୍ଦର ସୁନ୍ଦର ବାକ୍ସ ମଧ୍ୟ ମିଳିଥାଏ। ଏହି ସମସ୍ତ ପ୍ରକାରର ଜିନିଷ  ଅହମଦାବାଦର ଦୁଇଟି ପ୍ରମୁଖ ମାର୍କେଟରେ ମିଳେ।
ହରିୟାଣା –
ପିତ୍ତଳ ଓ ପଥରରେ ନିର୍ମିତ ବିଭିନ୍ନ ସୁନ୍ଦର ମୂର୍ତ୍ତି, ପିତ୍ତଳ ବାସନକୁସନ ଆଦି ଏଠାରେ ମିଳିଥାଏ। ଏହାସହ କାଠରେ ନିର୍ମିତ ସୁନ୍ଦର ସୁନ୍ଦର ଦ୍ରବ୍ୟ ମଧ୍ୟ ଏଠାରେ ମଳିଥାଏ।
ଜାମ୍ମୁ କାଶ୍ମୀର –
ଯଦି ଆପଣ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଆନ୍ତି, ତେବେ ସେଠାରୁ ବିଭିନ୍ନ ଶୀତବସ୍ତ୍ର ଯେପରି ସୁନ୍ଦର ରଙ୍ଗବେରଙ୍ଗର ସାଲ୍‍ , ଚାଦର, କାଗଜରେ ପ୍ରସ୍ତୁତ ଆକର୍ଷଣୀୟ ଦ୍ରବ୍ୟ ମଧ୍ୟ କିଣିପାରିବେ।
ଝାଡ଼ଖଣ୍ଡ –
ଏଠାରେ ପିତ୍ତଳରେ ନିର୍ମିତ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି କିଣିପାରିବେ। ପ୍ରଥମଥର ଏହି ସ୍ଥାନରେ ହିଁ ପିତ୍ତଳକୁ ତରଳାଇ ଛାଞ୍ଚରେ ଦେବାଦେବୀଙ୍କ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି କୁହାଯାଏ। ଏତଦ ବ୍ୟତୀତ କର୍ଣ୍ଣାଟକରୁ ପ୍ରସିଦ୍ଧ ରେଶମୀ ପୋଷାକ, ଶାଢୀ ମଧ୍ୟ କିଣିପାରିବେ। ଏଠାରେ ରେଶମରେ ପ୍ରସ୍ତୁତ ପୋଷାକ, ଶାଢୀ ନିଜର ସ୍ୱତନ୍ତ୍ର କାରୁକାର୍ଯ୍ୟ, ଉନ୍ନତ ମାନର ବୁଣିବା ଶୈଳୀ କାରଣରୁ ସାରା ଦୁନିଆରେ ଖୁବ ପ୍ରସିଦ୍ଧ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories