www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଲଙ୍କା ଆତଙ୍କୀ ଆକ୍ରମଣ: ୯ ସନ୍ଦିଗ୍ଧଙ୍କ ମଧ୍ୟରୁ ୮ ଚିହ୍ନଟ

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ରବିବାର ଘଟିଥିବା ଆତଙ୍କୀ ଆକ୍ରମଣର ୯ ଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଏହି ଆକ୍ରମଣରେ ୩୯ ଜଣ ବିଦେଶୀଙ୍କ ସମେତ ୩୫୯ ଜଣଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ରୁୱାନ୍‍ ବିଜୟବର୍ଦ୍ଦେନା ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଆତ୍ମଘାତୀ ବୋମା ବିସ୍ପୋରଣକାରୀମାନେ ୮ଟି ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲେ। ସେ କହିଛନ୍ତି, ଜଣେ ବୋମା ବିସ୍ଫୋରଣକାରୀ ଜାତୀୟ ତୋହିଦ୍‍ ଜମାତ୍‍ ସଙ୍ଗଠନର ନେତା ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏପର୍ଯ୍ୟନ୍ତ ୬୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବାବେଳେ ପଚରା ଉଚରା ପାଇଁ ୩୨ ଜଣଙ୍କୁ ସୁରକ୍ଷା ସଂସ୍ଥା ଅଟକ ରଖିଛି। ସେଠାରେ ବର୍ତ୍ତମାନ ଅଧିକ ଆକ୍ରମଣ ନେଇ ଅନୁମାନ କରାଯାଉଥିଲେ ମଧ୍ୟ ଦିନେ ଦୁଇ ଦିନ ଭିତରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।

(ସିସି ଟିଭିରେ ରେକର୍ଡ ହୋଇଥିବା ଜଣେ ସନ୍ଦିଗ୍ଧ)
ସେଠାକାର ଚର୍ଚ୍ଚରେ ଘଟିଥିବା ବିସ୍ଫୋରଣରେ ଜଡ଼ିତ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ଖାନତଲାସୀ ଜାରି ରହିଛି। ଆକ୍ରମଣକାରୀଙ୍କ ମଧ୍ୟରେ ଅନେକ ଭଲ ପରିବାରର ସଦସ୍ୟ ଏବଂ ଜଣେ ବ୍ରିଟେନ୍‍ରେ ପାଠ ପଢ଼ିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ କଲମ୍ବୋ ଓ ନିକଟବର୍ତ୍ତୀ ଅଞ୍ଚଳରେ ବୋମା ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେତେକ ସନ୍ଦେହଜନକ ସାମଗ୍ରୀ ଠାବ କରାଯାଇଥିବା ପୁଲିସ୍‍ କହିଛି। ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଆତଙ୍କବାଦର ଅବସାନ ଘଟାଇ ଖୁବ୍‍ ଶୀଘ୍ର ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାପାଇଁ ପଦକ୍ଷେପ ନିଆଯାଉଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ରାଷ୍ଟ୍ରପତି ସେଥିରେ ପରିବର୍ତ୍ତନ ଆଣିବାପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

- Advertisement -

(ବିସ୍ଫୋରଣ ପରେ ଚର୍ଚ୍ଚ ବାହାର ଦୃଶ୍ୟ)

ଯଦିଓ ଏହି ଆକ୍ରମଣ ଘଟଣାରେ ପୂର୍ବରୁ ଗୁଇନ୍ଦା ରିପୋର୍ଟ ଆସିଥିଲା, କିନ୍ତୁ ସେ ବିଷୟରେ ତାଙ୍କୁ ଅବଗତ କରାଯାଇ ନ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି ସିରିସେନା କହିଛନ୍ତି, ୨୦୧୭ ପରଠାରୁ ଶ୍ରୀଲଙ୍କାରେ ଆକ୍ରମଣ ପାଇଁ ଆତଙ୍କବାଦୀମାନଙ୍କୁ ବାହାର ଦେଶରେ ପ୍ରଶିକ୍ଷଣ ଦିଆଯାଉଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories